ଭଗବାନଙ୍କ ନାଁରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଶ୍ୱେତା ତିୱାରି

ଭଗବାନଙ୍କ ନାଁରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ ଶ୍ୱେତା ତିୱାରି

ମେଟ୍ରୋ ଟିଭି ଓଡିଶା,୨୮/୧ : ଅଭିନେତ୍ରୀ ଶ୍ୱେତା ତିୱାରି ଯିଏ ଏବେ ବିବାଦରେ । ଖାଲି ବିବାଦରେ ନୁହେଁ ଚାରିଆଡୁ ଟ୍ରୋଲ ହେବାରେ ଲାଗିଛନ୍ତି ଶ୍ୱେତା । କାରଣ ସେ ଏମିତି କିଛି କହିଦେଇଛନ୍ତି ଯାହାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି । ୱେବସିରିଜ ପ୍ରମୋସନରେ ଯାଇ ଶ୍ୱେତା ଫସିଛନ୍ତି । ଏମିତି କି ପ୍ରମୋସନ କଣ କରିବେ ତାଙ୍କ ବାଣୀ ତାଙ୍କୁ ପଡିଗଲା ବେଶ ମହଙ୍ଗା । ଘଟଣା ଅନୁସାରେ ୱେବସିରିଜର ପ୍ରମୋସନରେ ଯାଇଥିବା ଶ୍ୱେତା ସାମ୍ବାଦିକଙ୍କ ସହ କରିଥିଲେ ବାର୍ତ୍ତାଳାପ । ତାଙ୍କ କୋ ଆକ୍ଟର ମଧ୍ୟ ସେହି ସମୟରେ ତାଙ୍କ ସହ ରହିଥିଲେ ।

ଆଉ ଏହି ସମୟରେ ଶ୍ୱେତା ରଖିଥିଲେ ଏଭଳି ମନ୍ତବ୍ୟ ଯାହା ବେଶ ଲଜ୍ୟାଜନକ ବୋଲି କୁହାଯାଇଛି । ଭଗବାନଙ୍କ ଉପରେ ଏଭଳି କିଛି ଲଜ୍ଜିତ ମନ୍ତବ୍ୟ ରଖିଥିଲେ ଶ୍ୱେତା ଯାହାଫଳରେ ସଂସ୍କୃତି ବଚାଓ ମଞ୍ଚ ପକ୍ଷରୁ ଶ୍ୱେତାଙ୍କ ବିରୋଧରେ ପ୍ରତିବାଦ କରାଯାଇଥିଲା । ଏମିତିକି ଶ୍ୱେତାଙ୍କ ଫଟୋ ମଞ୍ଚ ପକ୍ଷରୁ ଜଳାଯାଇ ପ୍ରତିବାଦକୁ ତୀବ୍ର କରାଯାଇଥିଲା । ମଞ୍ଚ ପକ୍ଷରୁ ଅଭିନେତ୍ରୀ ଜଣକ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବୀ କରାଯାଇଛି । ଏପଟେ ଶ୍ୱେତାଙ୍କ ଏହି ବିବାଦୀୟ ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶ୍ୱେତା କହିଛନ୍ତି ଯେ ଭଗବାନ ତାଙ୍କ ଅନ୍ତବସ୍ତ୍ରର ମେଜର କରୁଛନ୍ତି । ଭିଡିଓ ଭାଇରାଲ ହେବାର କିଛି ସମୟ ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଜାଣିବାକୁ ପାଇଥିଲେ । ଭୋପାଳ ପୋଲିସ କମିଶନରଙ୍କୁ ଏହି ଘଟଣାରେ ଯାଞ୍ଚ କରିବାକୁ ଓ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।