ବଲିଉଡ଼କୁ କମବ୍ୟାକ୍ କରିବେ ଅତିଫ୍
ପାକିସ୍ତାନୀ ଗାୟକ ଅତିଫ୍ ଅସଲମ୍ ପୁଣି ଥରେ ବଲିଉଡ଼କୁ କମବ୍ୟାକ୍ କରିବାକୁ ଯାଉଛନ୍ତି । ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଏକ ଗୀତ ଗାଇବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଖୁସି ଥିବା ଜଣାପଡ଼ିଛି । ବଲିଉଡ଼ ପାଇଁ ଅନେକ ସୁପରହିଟ୍ ମ୍ୟୁଜିକ୍ ଦେଇଛନ୍ତି ଅତିଫ୍ ଅସଲମ୍ । ତେବେ ଅମିତ କେସରିଆଙ୍କ ଆଗାମୀ ଫିଲ୍ମ ଲଭ୍ ଷ୍ଟୋରୀ ଅଫ୍ 90s ମାଧ୍ୟମରେ ସେ କମବ୍ୟାକ୍ କରିବେ ।କିଛି ବର୍ଷ ପୂର୍ବେ ପାକିସ୍ତାନୀ କଳାକାରମାନଙ୍କୁ ଭାରତରେ କାମ କରିବାକୁ ବ୍ୟାନ୍ କରାଯାଇଥିଲା । ପରେ ବମ୍ବେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଭାରତରେ ନିଷେଧାଦେଶ ଆବେଦନକୁ ପ୍ରତ୍ୟାଖାନ କରିଥିଲେ । ବର୍ତ୍ତମାନ ଏହି ବ୍ୟାନ୍ ହଟାଇ ଦିଆଯାଇଛି । ଏଭଳି ପରିସ୍ଥିରେ ଅତିଫଙ୍କ ନାଁ ତାଲିକାରେ ପ୍ରଥମ ରହିଛି ଯିଏକି ୭ ବର୍ଷର ବିରତି ପରେ ବଲିଉଡ଼ରେ ପ୍ରବେଶ କରିବାକୁ ଯାଉଛନ୍ତି ।