ପୁଣିଥରେ ଟିଭି ପରଦାକୁ ଆସୁଛନ୍ତି ବିଗ୍‌ ବି

ପୁଣିଥରେ ଟିଭି ପରଦାକୁ ଆସୁଛନ୍ତି ବିଗ୍‌ ବି

ମେଟ୍ରୋଟିଭିଓଡିଶା(୨.୪.୨୦୨୨):

ଅମିତାଭ ବଚ୍ଚନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ପୁଣିଥରେ ଟିଭି ପରଦାକୁ ଆସୁଛନ୍ତି ବିଗ୍‌ ବି। ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଶନିବାର ଏକ ଘୋଷଣା କରିବାକୁ ଯାଇ ‘କୌନ ବନେଗା କରୋଡ୍‌ପତି ୧୪’ର ପ୍ରୋମୋ ଦର୍ଶକମାନଙ୍କ ସହିତ ସେୟାର କରିଛି। KBC ଶୋ’ର ଏ ପର୍ଯ୍ୟନ୍ତ ୧୩ତମ ସିଜନ ଯାଇଥିବା ବେଳେ ଏବେ ଆସୁଛି ୧୪ତମ ସିଜନ। ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ ତାରିଖ ମଧ୍ୟ ସାମ୍ନାକୁ ଆସି ଯାଇଛି।

ସୋନି ଟିଭି ତରଫରୁ ଶୋ’ର ପ୍ରୋମୋ ଜାରି କରାଯାଇଛି। ଏକ ମଧ୍ୟବିତ୍ତ ପରିବାରର ସ୍ୱାମୀ-ସ୍ତ୍ରୀଙ୍କଠାରୁ ଏହା ଆରମ୍ଭ ହେଉଛି। ସ୍ୱାମୀ ନିଜ ସ୍ତ୍ରୀକୁ କହୁଛି, ‘ଏ ଶାନ୍ତା…ଦେଖିବୁ ସେହି ସକାଳ ବହୁତ ଜଲ୍‌ଦି ଆସିବ, ଯେବେ ମୁଁ ତୁମମାନଙ୍କ ପାଇଁ ବଙ୍ଗଳା ତୋଳିବି, ଆମ ପିଲାମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଯିବେ ଏବଂ ଆମେ ସ୍ୱିଜରଲ୍ୟାଣ୍ଡ ବୁଲିବାକୁ ଯିବା’। ଆଉ ଏହା ଶୁଣି ସ୍ତ୍ରୀ କହୁଛି, ‘ଚାଲ ମିଛୁଆ’। ଏହାପରେ ପ୍ରୋମୋରେ ଟାଇମ୍‌ ଲ୍ୟାପ୍ସ ଦେଖାଯାଇଛି ଏବଂ ଦୁଇଜଣ ସ୍ୱାମୀ-ସ୍ତ୍ରୀ ବୁଢ଼ାବୁଢ଼ୀ ହୋଇ ଯାଇଛନ୍ତି। ଏହି ସମୟରେ ବି ସ୍ୱାମୀ ସେହି ସ୍ୱପ୍ନ ଦେଖୁଛି ଯେ ସେ ନିଜ ପିଲାମାନଙ୍କୁ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢ଼ାଇବ ଏବଂ ସ୍ତ୍ରୀ ସହିତ ସ୍ୱିଜରଲ୍ୟାଣ୍ଡ ବୁଲିବାକୁ ଯିବ।

ସ୍ୱାମୀ-ସ୍ତ୍ରୀଙ୍କ ଏହି କଥାବର୍ତ୍ତା ପରେ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଭୁଛି। ବିଗ୍‌ ବି କହୁଛନ୍ତି, ‘ସ୍ୱପ୍ନ ଦେଖି ଖୁସି ହୁଅ ନାହିଁ, ଏହାକୁ ପୂରା ମଧ୍ୟ କର’। ତେବେ ଏହି ପ୍ରୋମୋର କ୍ୟାପସନରେ ଲେଖାଯାଇଛି, ୯ ଏପ୍ରିଲ ରାତି ୯ଟାରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ’।