ଜନ୍ମଦିନ ସେ ବି କୁକୁଡାର

ଜନ୍ମଦିନ ସେ ବି କୁକୁଡାର

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଦୁନିଆ ବଡ ଅଜବ ଏହି ଦୁନିଆରେ କିଛି ଲୋକ ଏମିତି ଅଛନ୍ତି ଯିଏ ନିଜର ଅଜବ ହରକତ ମଧ୍ୟ୍ୟାମରେ ଭାଇରାଲ ହୁଅନ୍ତି । ଯାହା ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରେ । ଏହି ପରି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ହସ ସହ ଖୁସି ମଧ୍ୟ ଲାଗିବ । ଏହି ଭିଡିଓଟିରେ ଦେଖିବାକୁ ମିଳୁଛି ଏକ କୁକୁଡାଟି ନିଜର ଜନ୍ମଦିନକୁ ପାଳୁଛି । କୁକୁଡ଼ା ପାଇଁ କେକ୍ ମଧ୍ୟ ଅର୍ଡର ଦିଆଯାଇଥିଲା ଏବଂ ଅତିଥିମାନଙ୍କୁ ମଧ୍ୟ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା ।
ଇନଷ୍ଟାଗ୍ରାମର ଏକ ପେଜରେ ଅପଲୋଡ୍ ହୋଇଥିବା ଏହି ଭିଡିଓରେ, କୁକୁଡ଼ାକୁ କୋଳ ଉପରେ ବସାଇ ତାର ଜନ୍ମଦିନ ପାଳନ କରାଯାଉଥିବା ଦେଖାଯାଉଛି । ଏହି ଜନ୍ମଦିନ ପାଳନ କରିବାକୁ ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇଛନ୍ତି ଏବଂ ସମସ୍ତେ ଉତ୍ସାହିତ ଦେଖାଯାଉଛନ୍ତି ।

ଜନ୍ମଦିନ ସେ ବି କୁକୁଡାର source-telugu world