ଚିପ୍ସ ପ୍ୟାକେଟକୁ ଶାଢି ଭଳି ପିନ୍ଧି ଭାଇରାଲ ହେଲେ ମହିଳା
ମେଟ୍ରୋ ଟିଭି ଓଡିଶା,୧୧/୨ : ଫିଲ୍ମ ଦେଖିବା ସମୟରେ ଆମକୁ ନିଶ୍ଚିତ ଭାବରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ସେହି ସମୟରେ ଆଳୁ ଚିପ୍ସ ହେଉ କିମ୍ବା ଚଟପଟା ଜିନିଷ ହେଉ ତାର ମଜା ଅଲଗା ହୋଇଥାଏ । ଏହା କାହାକୁ ବା ନାପସନ୍ଦ। ଅନେକ ଲୋକ ବେଶ ମଜାରେ ଏହାକୁ ଖାଇଥାନ୍ତି। ପ୍ରାୟତଃ ଆଳୁ ଚିପ୍ସ ଖାଇବା ପରେ, ଆମେ ସେହି ପ୍ୟାକେଟଗୁଡ଼ିକୁ ଅଳିଆଗଦାରେ ପକାଇଥାଉ, ହେଲେ ପ୍ୟାକେଟ୍କୁ ସଂଗ୍ରହ କରି ଘରେ ରଖିବା କିମ୍ବା ସେଥିରୁ କିଛି ପ୍ରସ୍ତୁତ କରିବା କଥା ଉଠିଲେ, ଅନେକ ଲୋକ ଏହାର କୌଶଳ ଜାଣିନଥାନ୍ତି । କିନ୍ତୁ ଏବେ ଜଣେ ଯୁବତୀ ଚିପ୍ସର ପ୍ୟାକେଟ୍ ବ୍ୟବହାର କରି ଏକ ଶାଢ଼ି ତିଆରି କରିଛନ୍ତି, ଯାହାକୁ ଦେଖିବା ପରେ ଲୋକମାନେ ଚକିତ ହୋଇଯାଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହାର ଭିଡିଓକୁ ପ୍ରଥମେ Mae.co.in ନାମକ ଆକାଉଣ୍ଟରୁ ଶେୟାର କରିଥିଲେ। ଏବେ ଇନ୍ଷ୍ଟାଗ୍ରାମର ‘bebqdass.in ଆକାଉଣ୍ଟରୁ ତାହାକୁ ଶେୟାର କରାଯିବା ପରେ ଲୋକମାନେ ଯୁବତୀଙ୍କ ପ୍ରଶଂସା କରୁଛନ୍ତି। ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଥିବା ବେଳେ ହଜାର ହଜାର ଏହାର ପ୍ରଶଂସା କରୁଛନ୍ତି।