ଆୟୁଷଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇଠାରେ ଏହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ ଅନ୍ୟ ଏକ ଗାଡ଼ି ଆୟୁଷଙ୍କ ଗାଡ଼ିକୁ ଟକ୍କର ମାରିଥିଲା । ଏହି ଖବର ଶୁଣିବା ପରେ ଆୟୁଷଙ୍କ ପରିବାରବର୍ଗ ଓ ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଥିଲେ । ମାତ୍ର ଗାଡ଼ିରେ ଆୟୁଷ ନଥିଲେ ବୋଲି ଜାଣିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ ।ସୂଚନା ମୁତାବକ, ବଲିଉଡ ଅଭିନେତା ଆୟୁଷ ଶର୍ମାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ ଅନ୍ୟ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ତେବେ ଏହି ଘଟଣାକୁ ନେଇ ଆୟୁଷ କି ସଲମାନଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ସୂଚନାଯୋଗ୍ୟ ଯେ, ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ଆୟୁଷ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ।ଆୟୁଷ ଗତ କିଛିବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ରହିଛନ୍ତି । ୨୦୧୮ରେ ପରଦାକୁ ଆସିଥିବା ‘ଲଭରାତ୍ରି’ ଜରିଆରେ ଆୟୁଷ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ତାଙ୍କର ଫିଲ୍ମର ପ୍ରମୋସନ ପାଇଁ ସଲମାନ ଆଗକୁ ଆସିଥିଲେ, ମାତ୍ର ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ କାହାଣୀରେ ସେତେଟା ଦମ୍ ନଥିଲା । ସଲମାନଙ୍କ ବ୍ୟାନର ଅଧିନରେ ଉକ୍ତ ଫିଲ୍ମ ପ୍ରଯୋଜନା କରାଯାଇଥିଲା । ଏହାପରେ ୩ ବର୍ଷ ପର୍ଯ୍ୟନ୍ତ ଆୟୁଷଙ୍କ କୌଣସି କାମ ମିଳିନଥିଲା । ତେଣୁ ସଲମାନ ତାଙ୍କୁ ‘ଅନ୍ତିମ: ଦି ଫାଇନାଲ ଲାଷ୍ଟ ଟ୍ରୁଥ‘ରେ ଖଳନାୟକ ରୋଲ ଦେଇଥିଲେ ।
Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Prev Post
Next Post