ରାଜ୍ୟର ତିନୋଟି ଇଞ୍ଜିନିୟର କଲେଜରେ ପ୍ରିନ୍ସିପାଲ ପଦ ପୂରଣ ହେବ । ଏଥିପାଇଁ ଆସନ୍ତା ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୯ ତାରିଖରେ ସରିବ । ଏନେଇ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁର, ସରକାରୀ ଇଞ୍ଜିନିୟରିଂ କଲେଜ କେଉଁଝର ଓ ସରକାରୀ ଇଞ୍ଜିନିୟରିଂ କଲେଜ କଳାହାଣ୍ଡିରେ ଏହି ନିଯୁକ୍ତି ଦିଆଯିବ । ଏହି ସମସ୍ତ ଇଞ୍ଜିନିୟରିଂ କଲେଜମାନଙ୍କରେ ପ୍ରିନ୍ସିପାଲ ପଦ ପୂରଣ ହେବ । ପ୍ରତ୍ୟେକ ଇଞ୍ଜିନିୟରିଂ କଲେଜରେ ଗୋଟିଏ ଲେଖାଏଁ ପଦ ଖାଲି ରହିଛି । ପ୍ରାର୍ଥୀଙ୍କୁ ୧,୪୪,୨୦୦/- ପେ’ ଲେବଲ-୧୪ରେ ବେତନ ମିଳିବା ସହିତ ସମୟାନୁସାରେ ମହଙ୍ଗା ଭତ୍ତା (ଡିଏ) ପ୍ରଦାନ କରାଯିବ ।ସମସ୍ତ ପଦରେ ୟୁଆର ପ୍ରାର୍ଥୀଙ୍କୁ ୫ ବର୍ଷ ଅବଧି ପାଇଁ ନିଯୁକ୍ତି ଦିଆଯିବ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କର ପିଏଚ.ଡି ଡିଗ୍ରୀ ଓ ବିଇ/ ବି.ଟେକ କିମ୍ବା ଏମ.ଟେକ / ଏମଇର ପ୍ରାସଙ୍ଗିକ ବ୍ରାଞ୍ଚରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷା/ ଗବେଷଣା/ ଶିଳ୍ପ ଆଦି କ୍ଷେତ୍ରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ଏହାଛଡ଼ା ପ୍ରାର୍ଥୀ ପ୍ରଫେସର ସମକକ୍ଷ ପଦରେ ୩ ବର୍ଷ କାର୍ୟ୍ୟ କରିଥିବେ । ଆପ୍ଲିକେସନକୁ ଶର୍ଟଲିଷ୍ଟ କରିବା ପରେ ଚୟନ କମିଟି ଦ୍ୱାରା ଶର୍ଟଲିଷ୍ଟ ପ୍ରାର୍ଥୀଙ୍କର ସାକ୍ଷାତକାର ନିଆଯିବ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post