ଆସୁଛି କେଜିଏଫ ସିରିଜ

kgf

ମେଟ୍ରୋ ଟିଭି ଓଡିଶା (୧୬.୫.୨୦୨୨)

ଭାରତୀୟ ବକ୍ସ ଅଫିସରେ ଧମାଲ ମଚାଇଥିବା କେଜିଏଫ୍ ୧ ଏବଂ ୨ ର ତୃତୀୟ ସଂସ୍କରଣକୁ ନେଇ ଅନେକ ପ୍ରଶଂସା ହୋଇଥିଲା । ନିକଟରେ କେଜିଏଫ୍ ପ୍ରଡ୍ୟୁସର ବିଜୟ କିରାଗାନ୍ଦୁର ତୃତୀୟ ପାର୍ଟ ନେଇ ଏନେଇ ଫ୍ୟାନ୍ସକୁ ସଙ୍କେତ ଦେଇଥିଲେ ଯେ ଖୁବଶୀଘ୍ର ପାର୍ଟ ୩ ର ସୁଟିଂ ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନ ଫିଲ୍କର ଏକ୍ସିକ୍ୟୁଟିଭ ପ୍ରଡ୍ୟୁସର କାର୍ତ୍ତିକ ଗୌଡ଼ା ଏହି ଘଟଣାକୁ ସଂପୂର୍ଣ୍ଣ ଏଡ଼ାଇ ଦେଇଛନ୍ତି । ଏକ ସୋସିଆଲ ମିଡିଆ ପୋଷ୍ଟ କରି ସେ କେଜିଏଫ୍ ୩ କୁ ନେଇ ଉଠୁଥିବା ସମସ୍ତ ଆଲେଚନାକୁ ଅଗ୍ରାହ୍ୟ କରିଛନ୍ତି ଏବଂ ନିକଟରେ ଫିଲ୍ମର ସୁଟିଂ ଆରମ୍ଭ ହେଉନଥିବା କଥା କହିଛନ୍ତି ।

କେଜିଏଫ୍ ଚାପ୍ଟର ୧ ଏବଂ ଚାପ୍ଟର ୨ ଉଭୟରେ ୟଶ ମୁଖ୍ୟ ଭୂମିକାରେ ରହିଥିଲେ । ଫିଲ୍ମ ପ୍ରଥମ ପାର୍ଟରେ ୨୫୦ କୋଟି ଏବଂ ଦ୍ୱିତୀୟ ଭାଗରେ ୧୧ ୭୦ କୋଟିର ବ୍ୟବସାୟ କରିଥିଲା । ଖୁବଶୀଘ୍ର କେଜିଏଫ ୩ ର ସୁଟିଂ ଆରମ୍ଭ ହେବା ନେଇ ଅନୁମାନ କରାଯାଉଥିଲା । ଆଉ ଏହି ୟଶ ମଧ୍ୟ ଫ୍ୟାନଙ୍କ ଉତ୍ସାହିତ କରିଥିଲେ ଯେତେବେଳେ ସେ କହିଥିଲେ ଫିଲ୍ମର କିଛି ଦୃଶ୍ୟକୁ ନେଇ ସେ ନିର୍ଦ୍ଦେଶକ ସହ କଥା ହୋଇଛନ୍ତି । ସେ କହିଥିଲେ ଯେ ଏହି ବର୍ଷରେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ । ଆଉ ଏହାପରେ ଫ୍ୟାନମାନେ ଅଧିକ ଉତ୍ସାହିତ ହୋଇପଡ଼ିଥିଲେ ଏବଂ ଫିଲ୍ମକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା ।

ତେବେ ବର୍ତ୍ତମାନ ଫିଲ୍ମର ଏକ୍ସିକ୍ୟୁଟିଭ ପ୍ରଡ୍ୟୁସର କାର୍ତ୍ତିକ ଗୌଡ଼ ଫିଲ୍ମକୁ ନେଇ ଉଠିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ଏବଂ ନିକଟରେ କେଜିଏଫ୍ ୩  ସୁଟିଂ ଆରମ୍ଭ ନେଇ କୌଣସି ଯୋଜନା ନଥିବା କଥା କହିଛନ୍ତି । ସେ କହିଛନ୍ତି ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ଏବଂ ୨୦୨୪ ବେଳକୁ ଏହା ରିଲିଜ ହୋଇପାରେ ।