ବଡ଼ ଘର ତୁମ ବ୍ୟକ୍ତିତ୍ୱ କିମ୍ବା ରାତିରେ ତୁମ ନିଦକୁ ପରିବର୍ତ୍ତନ କରିପାରେ ନାହିଁ – ସୁପରଷ୍ଟାର ସଲମାନ ଖାନ

ସଲମାନ ଖାନ ବଲିଉଡର ବଡ ସୁପରଷ୍ଟାର । ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ରିଲିଜ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଅପୂର୍ବ ଲଖିୟାଙ୍କ ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂହ ତାଙ୍କ ଯୋଡି ଜମିବ। ଏହାରି ମଧ୍ୟରେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଫ୍ୟାନ୍ଙ୍କୁ ଚକିତ କରିଛନ୍ତି ଭାଇଜାନ୍ । ଆଜି ବି ସେ ଗୋଟିଏ ବଖରା ଥିବା ଆପାର୍ଟମେଣ୍ଟରେ ରହୁଛନ୍ତି ବୋଲି ଖୋଲାଖୋଲି କହିଛନ୍ତି । ଭାରତୀୟ ସିନେମାର ଜଣେ ସଫଳ ବ୍ୟକ୍ତି ଭାବେ ପରିଚିତ ସଲମାନଙ୍କର ଏହି ଖୁଲାସା ପରେ ତାଙ୍କ ପ୍ରତି ଫ୍ୟାନ୍ଙ୍କ ସମ୍ମାନ ଓ ଭଲପାଇବା ଆହୁରି ବଢ଼ିଯାଇଛି ।

ଫୋର୍ବସ-୨୦୨୫ ଅନୁସାରେ, ସଲମାନଙ୍କ ନେଟ୍ ସମ୍ପତ୍ତି ୨,୯୦୦ କୋଟି ଟଙ୍କା । ତଥାପି ସେ ମୁମ୍ବାଇରେ ଗୋଟିଏ ବଖରା ଥିବା ଆପାର୍ଟମେଣ୍ଟ୍ରେ ରହୁଛନ୍ତି । ଏ ନେଇ ସଲମାନ କହିଛନ୍ତି ‘ମୁଁ ଆଜି ବି ଗୋଟିଏ ବଖରା ଥିବା ଆପାର୍ଟମେଣ୍ଟ୍ରେ ରହୁଛି । ଏହା ମୋ ପାଇଁ ଠିକ୍ ଓ ଉପଯୁକ୍ତ।’ ଏହି ସରଳ ସିଧାସାଧା କଥା ପାଇଁ ଫ୍ୟାନ୍ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । ଏ ମାମଲାରେ ଆରାମ ଓ ପରିଜନଙ୍କ ଉପସ୍ଥିତି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବଡ଼ ଘରେ ରହିବା କଦାପି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସଲମାନ କହିଛନ୍ତି, ଆବଶ୍ୟକର ସବୁକିଛି ଜିନିଷ ମୋ ପାଖରେ ଅଛି । ବଡ଼ ଘର ତୁମ ବ୍ୟକ୍ତିତ୍ୱ କିମ୍ବା ରାତିରେ ତୁମ ନିଦକୁ ପରିବର୍ତ୍ତନ କରିପାରେ ନାହିଁ । ଧନ-ସମ୍ପତ୍ତି ଦେଖାଇବା ତୁଳନାରେ, ମାନସିକ ଶାନ୍ତି ଓ ବ୍ୟକ୍ତିଗତ ଆରାମ ଅଧିକ ଗୁରୁତ୍ୱପୂର୍ଣ୍ଣ । କହିବାକୁଗଲେ ଏହି ଘରେ ଗୋଟିଏ ସୋଫା, ଡାଇନିଂ ଟେବୁଲ, ଏକ ଛୋଟ କର୍ଣ୍ଣର ଅଛି । ଯେଉଁଠାରେ ସେ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତି। ଏହି ଫ୍ଲାଟରେ ଏକ ଛୋଟ ଜିମ୍ ଏବଂ ଏକ କୋଠରୀ ଅଛି। ଏଥିରୁ ଆପଣ ବୁଝିପାରିବେ ଯେ ସବୁଠାରୁ ବଡ଼ ଷ୍ଟାର ସଲମାନ ଖାନ। ସେ ବହୁତ ସରଳ ଜୀବନଯାପନ କରନ୍ତି। ସେ ବ୍ରାଣ୍ଡ କିମ୍ବା ମହଙ୍ଗା ଜିନିଷ କିଣିବାକୁ ପସନ୍ଦ କରନ୍ତି ନାହିଁ ବରଂ ଏକ ସାଧାରଣ ଜୀବନଯାପନ କରନ୍ତି।

ଫୋର୍ବସ ଅନୁସାରେ, ସଲମାନ ଗୋଟିଏ ଫିଲ୍ମ ପିଛା ୧୦୦-୧୫୦ କୋଟି ପାରିଶ୍ରମିକ ଦାବି କରନ୍ତି । ତାଙ୍କ ଆୟର ମୁଖ୍ୟ ଭାଗ ବିଗ୍ ବସ୍ ହୋଷ୍ଟରୁ ଆସେ। ଯାହା ତାଙ୍କ ମୋଟ୍ ସମ୍ପତ୍ତିକୁ ଯଥେଷ୍ଟ ବୃଦ୍ଧି କରେ । ସଲମାନ ଖାନ୍ ଫିଲ୍ମସ ନାମକ ତାଙ୍କର ଏକ ପ୍ରଡକ୍ସନ୍ କମ୍ପାନି ମଧ୍ୟ ଅଛି। ଯାହା ‘ବଜରଙ୍ଗୀ ଭାଇଜାନ୍’ ଓ ‘ଚିଲ୍ଲର ପାର୍ଟି’ ଭଳି ସଫଳ ଫିଲ୍ମ ପ୍ରସ୍ତୁତ କରିଛି । ଫିଲ୍ମ ସମେତ ଲୋକପ୍ରିୟ କପଡ଼ା ବ୍ରାଣ୍ଡ ବିଙ୍ଗ୍ ହ୍ୟୁମାନର ମଧ୍ୟ ସେ ମାଲିକ ।

Leave a comment