ଫିଲ୍ମ ସ୍କାଇ ଫୋର୍ସର ଟ୍ରେଲର ଲଞ୍ଚ ହୋଇଛି

ଅକ୍ଷୟ କୁମାର ଏବଂ ବୀର ପାହାଡିଆଙ୍କ ଫିଲ୍ମ ସ୍କାଇ ଫୋର୍ସର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲର ଲଞ୍ଚ ହେବାପରେ ଅଭିନେତା ନିଜର କ୍ୟାରିୟର ସମ୍ପର୍କରେ କହିଥିଲେ । ଅକ୍ଷୟ କୁମାର ଏବଂ ବୀର ପାହାଡିଆ ନିଜର ଅପ କମିଙ୍ଗ ଫିଲ୍ମର ଟ୍ରେଲର ଲଞ୍ଚରେ ଅଭିନେତା ଦୁହେଁ ବୁଲେଟରେ ଦମଦାର ଏଣ୍ଟ୍ରି କରିଛନ୍ତି । ବ୍ଲାକ କଲର ସାର୍ଟ ସହ ଗ୍ରେ ବ୍ଲେଜର ପିନ୍ଧି ଥିଲେ ଅକ୍ଷୟ । ଏହା ସହ ବ୍ଲାକ ଜୋତା ସହ ବ୍ଲାକ ଚଷମାରେ ବହୁତ ଭଲ ଦେଖାଯାଉଥିଲେ ।