କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ର ଦ୍ୱିତୀୟ ଟ୍ରେଲର ରିଲିଜ୍

ବଲିଉଡ୍ କ୍ୱିନ୍ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’ର ଦ୍ୱିତୀୟ ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ୨୦୨୫ ଜାନୁୟାରୀ ୧୭ରେ ପ୍ରେକ୍ଷାଳୟକୁ ଆସିବ । ୧୯୭୫ରେ ଦେଶରେ ଲାଗିଥିବା ଏମରଜେନ୍ସିକୁ ୫୦ ବର୍ଷ ପୂରଣ ହେବା ଅବସରରେ କଙ୍ଗନାଙ୍କ ଫିଲ୍ମ ସିନେମାଘରେ ରିଲିଜ୍ ହେବ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଯେଉଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ, ଇତିହାସର ସେହି ବିବାଦୀୟ ଦିଗକୁ ଅଭିନେତ୍ରୀ ନିଜ ପଲିଟିକାଲ୍ ଡ୍ରାମାରେ ଦେଖାଇଛନ୍ତି ।

ଫିଲ୍ମର ଦ୍ୱିତୀୟ ଟ୍ରେଲରରେ ଏମରଜେନ୍ସି ପରେ ଦେଶରେ ସୃଷ୍ଟି ହୋଇଥିବା ଅଶାନ୍ତିକୁ ଦେଖାଯାଇଛି । ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଥିବା କଙ୍ଗନାଙ୍କୁ ସବୁ ଦିଗରୁ ଆକ୍ରମଣ କରାଯାଇଛି । ଗୋଟିଏ ସିନରେ ଏକାକୀ ଜରୁରୀକାଳୀନ ନିଷ୍ପତ୍ତି ନେବା ଉପରେ ଯେତେବେଳେ ରାଷ୍ଟ୍ରପତି ତାଙ୍କୁ ପ୍ରଶ୍ନ କରୁଛନ୍ତି, ସେ କହୁଛନ୍ତି, ମୁଁ ହିଁ କ୍ୟାବିନେଟ୍ ।ଏହି ଫିଲ୍ମରେ ଅନୁପମ ଖେର ଜୟପ୍ରକାଶ ନାରାୟଣଙ୍କ ଭୂମିକାରେ, ଶ୍ରେୟାସ ତଲପଡେ ଅଟଳ ବିହାରୀ ବାଜପେୟୀ ଓ ମିଲିନ୍ଦ ସୋମନ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କ ଭୂମିକାରେ ନଜର ଆସିବେ ।