ଆତ୍ମହତ୍ୟା କଲେ ଅଭିନେତ୍ରୀ ମଲ୍ଲିକା ରାଜପୁତ

ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତ ଆତ୍ମହତ୍ୟା କରିଛନ୍ତି ।  ତାଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି  ପୋଲିସ  । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । ମଲ୍ଲିକା ରାଜପୁତ କଙ୍ଗନା ରାଣାୱତଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିଛନ୍ତି ।ମଲ୍ଲିକା ରାଜପୁତ କଙ୍ଗନାଙ୍କ ରିଭଲଭର ରାଣୀ ଫିଲ୍ମରେ ସହାୟକ ଚରିତ୍ରରେ ଅଭିନୟ କରିଥିଲେ । ଏହାସହ ଗାୟକ ଶାନଙ୍କର ମ୍ୟୁଜିକ୍ ଆଲବମରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାସହ ସେ କିଛି ମେଗା ସିରିଜ, ଶୋ ଓ ଆଲବମରେ ମଧ୍ୟ କାମ କରିଛନ୍ତି । ଦର୍ଶକମାନେ ମଲ୍ଲିକାଙ୍କ ଟାଲେଣ୍ଟ ଦେଖି ପ୍ରଭାବିତ ହେଉଥିଲେ ।କେବଳ ବଲିଉଡ ନୁହେଁ ମଲ୍ଲିକା ରାଜନୀତିରେ ମଧ୍ୟ ପାଦ ଥାପିଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ । ହେଲେ ବିଜେପି ବଳକ୍ରାରୀଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଅଧ୍ୟାତ୍ମିକ ମାର୍ଗକୁ ଆପଣାଇଥିଲେ ।ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା ତାଙ୍କ ଜାଣିଥିବା ଲୋକଙ୍କୁ ଚମକାଇ ଦେଇଛି ।