ଆକ୍ସନ ଅବତାରରେ ସିଦ୍ଧାର୍ଥ

sidharth malhotra

ମେଟ୍ରୋ ଟିଭି ଓଡିଶା (୧୦ .୩ . ୨୦୨୨) :

ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମଣ୍ଡାନା ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମିଶନ ମଜନୁ’ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ରନୀ ସ୍କୃଭାଲାଙ୍କ ଆରଏସଭିପି ଓ ଗିଲ୍‌ଟି ବାୟ ଆସୋସିଏସନ୍‌ର ମିଳିତ ସହଯୋଗରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍‌ ୧୦ ତାରିଖରେ ପ୍ରେକ୍ଷାଳୟକୁ ଆସିବ।

ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ରିଲିଜ୍‌ ତାରିଖ ସହ ସିଦ୍ଧାର୍ଥଙ୍କ ଲୁକ୍‌ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ପୋଷ୍ଟରରେ ସିଦ୍ଧାର୍ଥଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି। ସେ ହାତରେ ବନ୍ଧୁକ ଧରି ଆକ୍ସନ ମୋଡ଼୍‌ରେ ନଜର ଆସିଛନ୍ତି। ତାଙ୍କର ଏହି ଲୁକ୍‌କୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।