ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ଏକ ବଡ଼ ଆଶ୍ବସ୍ତି

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ବସ୍ତି ମିଳିଛି |୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୀବନ ହାରିବା ପରେ ରିୟା ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ପରିବାର |ଉକ୍ତ ଘଟଣାରେ, ଅଭିନେତ୍ରୀ, ତାଙ୍କ ଭାଇ ଶୋଭିକ, ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଓ ମା’ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସିବିଆଇ ଜାରି କରିଥିବା ଲୁକ୍ଆଉଟ୍ ନୋଟିସକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ | ଚଳିତ ବର୍ଷ ଫେବ୍ରୁଆରିରେ ସିବିଆଇ ଜାରି କରିଥିବା ଲୁକ୍ଆଉଟ୍ ନୋଟିସକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା  ସିବିଆଇ | ହେଲେ ଆଜି ବମ୍ବେ ହାଇକୋର୍ଟଙ୍କ ରାୟକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ |

ଜ ଷ୍ଟିସ୍ ବି.ଆର ଗବଇ ଏବଂ କେ.ଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କହିଥିଲେ ଯେ, ଏହି ଆବେଦନ ଅତ୍ୟନ୍ତ ତୁଚ୍ଛ ଏବଂ ଅଭିଯୁକ୍ତମାନେ ‘ହାଇ-ପ୍ରୋଫାଇଲ୍’ ଥିବାରୁ ଏହା ଦାଖଲ କରାଯାଇଥିଲା।