ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ମେହେନ୍ଦି ଫଟୋ

ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ ପରେ ଏବେ ସେମାନଙ୍କର ମେହେନ୍ଦି ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଏବେ ଫ୍ୟାନ୍ସ ସେମାନଙ୍କ ଯୋଡ଼ିକୁ ଖୁବ୍ ଭଲପାଇବା ଦେଉଛନ୍ତି ।

ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ୨୬ ଫେବୃଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମାର୍ଚ୍ଚ ୪ତାରିଖରେ ହାଇଦ୍ରାବାଦରେ ଭବ୍ୟ ରିସେପ୍ସନ ହୋଇଥିଲା । ଯେଉଁଥିରେ ଇଣ୍ଡଷ୍ଟ୍ରିର ସାଙ୍ଗମାନେ ସାମିଲ ହୋଇଥିଲେ । ଦୁହିଁଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସେମାନଙ୍କ ମେହେନ୍ଦୀର ଫଟୋ ଏବେ ସାମ୍ନାକୁ ଆସିଛି ।

ନିକଟରେ ଦମ୍ପତ୍ତି ରଶ୍ମିକା-ବିଜୟ ମେହେନ୍ଦୀ ସେରିମନିର ଝଲକ ଦେଖିବାକୁ ମିଳିଛି । କରଣ ତୋରାନିଙ୍କ ଦ୍ବାରା ହୋଇଥିବା ଇଣ୍ଡିଆ ଡିଜାଇନର ଶାଢୀ ପିନ୍ଧିଥିଲେ । ଯାହା ସୁନ୍ଦର ମଲ୍ଟିକଲରର ଶାଢୀର କାନୀରେ ଦେବୀ ଲକ୍ଷ୍ମୀଙ୍କର ଫଟୋ ଅଙ୍କାଯାଇଥିବା ଦେଖିବାକୁ ମିଳିଛି । ସେହିପରି ବିଜୟ ତାଙ୍କୁ କୁର୍ତ୍ତା ଏବଂ ଧୋତି ସହିତ ଏକ ସୁନ୍ଦର ଏମ୍ବ୍ରୋଡୋରୀର ଜ୍ୟାକେଟ୍ ପିନ୍ଧିଥିବା ନଜର ଆସିଥିଲେ । ଯାହା ତାଙ୍କ ଲୁକକୁ ଆହୁରି ବଢାଇଦେଇଥିଲା ।  ସେୟାର ହୋଇଥିବା କିଛି ଫଟୋରେ ଦମ୍ପତ୍ତି ରୋମାଣ୍ଟିକ୍ ଲୁକରେ ନଜର ଆସିଛନ୍ତି । ଏଥିସହିତ ଉଭୟେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ବିଜୟ ରଶ୍ମିକାଙ୍କ ମଥାକୁ କିସ୍ କରୁଥିବାର ମଧ୍ୟ ନଜର ଆସିଛି । ରଶ୍ମିକାଙ୍କ ହାତର ସୁନ୍ଦର ମେହେନ୍ଦୀର ଏକ ଝଲକ ସାମ୍ନାକୁ ଆସିଛି । ତାଙ୍କର ଏହି ଫଟୋ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି ।

Leave a comment