‘ଧୁରନ୍ଧର ୨’ ର ଟ୍ରେଲର ରିଲିଜ

ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର ୨’ ର ଟ୍ରେଲର ଆଜି ରିଲିଜ ହୋଇଛି । ଯାହା ଖୁବ୍ ଦମଦାର ହୋଇଛି । ପ୍ରଥମ ପାର୍ଟ ଅପେକ୍ଷା ‘ଧୁରନ୍ଧର ୨’ ଦମଦାର ହେବା ସହିତ ଅଧିକ ଆଗ୍ରହପୂର୍ଣ୍ଣ ରହିଛି । ଯାହା ଏହି ଟ୍ରେଲରରୁ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଚମତ୍କାର ଭିଜୁଆଲ୍ସ, ହାଇ-ଷ୍ଟେକ୍ସ ଡ୍ରାମା, ଜବରଦସ୍ତ ଆକ୍ସନ ସହିତ ଧୁରନ୍ଧର ୨ ଆଗକୁ ବଢି ଚାଲିଛି । ଏହି ଟ୍ରେଲରରେ ରହମାନ ଡକାୟତର ମୃତ୍ୟୁ ପରେ ଲିଆରୀ ଜଳୁଥିବା ଏବଂ ତା’ପରେ ହମଜା ଲିଆରୀ ନୂଆ ରାଜା ହୋଇଥିବା ଦେଖିବାକୁ ମିଳିଛି । ପୂର୍ବ ଅପେକ୍ଷା ରଣବୀର ସିଂ ଟ୍ରେଲରରେ ଏକ ଖତରନାକ ଅବତାରରେ ନଜର ଆସିଛନ୍ତି ।

ମେଜର ଇକବାଲ ଭାବରେ ଅର୍ଜୁନ ରାମପାଲ ଏବଂ ଅଜୟ ସାନ୍ୟାଲ ଭାବରେ ଆର. ମାଧବନ ମଧ୍ୟ ଆକ୍ସନକୁ ଫେରିଛନ୍ତି । ଟ୍ରେଲରରେ ସଞ୍ଜୟ ଦତ୍ତ ଏସପି ଚୌଧୁରୀ ଅସଲମ ଭାବରେ ଆକ୍ସନ ମୋଡରେ ନଜର ଆସିଛନ୍ତି । ‘ଧୁରନ୍ଧର ୨’ ର ଟ୍ରେଲର ଏତେ ରୋମାଞ୍ଚକର ଯେ, ପ୍ରଶଂସକମାନେ ଏବେ ଫିଲ୍ମ ରିଲିଜ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । “ଧୁରନ୍ଧର ୨” ଏହାର ପ୍ରିକ୍ୱେଲର ରେକର୍ଡକୁ ମଧ୍ୟ ପଛରେ ପକାଇବ ବୋଲି ଆଶା କରାଯାଉଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ‘ଧୁରନ୍ଧର ୨’ ମାର୍ଚ୍ଚ ୧୯ ତାରିଖରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟଲମରେ ସିନେମା ହଲ୍‌କୁ ଆସିବ । ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଧର, ଜ୍ୟୋତି ଦେଶପାଣ୍ଡେ ଏବଂ ଲୋକେଶ ଧରଙ୍କ ଦ୍ୱାରା ପ୍ରଯୋଜିତ । ଏହି ଚଳଚ୍ଚିତ୍ରରେ ପୁଣି ଥରେ ରଣବୀର ସିଂ, ଅର୍ଜୁନ ରାମପାଲ, ଆର ମାଧବନ, ରାକେଶ ବେଦୀ ଏବଂ ସାରା ଅର୍ଜୁନ ସେମାନଙ୍କର ଭୂମିକାରେ ପୁଣି ଅଭିନୟ କରିଛନ୍ତି । ଯାହାକୁ ଫ୍ୟାନ୍ସ ଅତି ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Leave a comment