ଯାଆଁଳା ଶିଶୁର ବାପା ମା ହେଲେ ରାମଚରଣ
ସାଉଥର ପପୁଲାର ଅଭିନେତା ରାମ ଚରଣ ପୁଣି ଥରେ ବାପା ହୋଇଛନ୍ତି । ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ଯାଆଁଳା ଛୁଆ ଜନ୍ମ କରିଛନ୍ତି । ଗୋଟିଏ ପୁତ୍ର ସନ୍ତାନ ହୋଇଥିଲାବେଳେ ଅନ୍ୟଟି କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ଏହି ଖବର ତାଙ୍କ ଘରେ ଆନନ୍ଦର ଲହରୀ ଖେଳେଇ ଦେଇଛି । ଏହାରି ମଧ୍ୟରେ ରାମଚରଣଙ୍କ ବାପା ମେଗାଷ୍ଟାର ଚିରଞ୍ଜିବୀ ଏହି ଖୁସି ଖବରକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।
ଚିରଞ୍ଜିବୀ Xରେ ଏହି ଖୁସି ଖବରକୁ ସେୟାର କରିବା ସହ ଲେଖିଛନ୍ତି ଯେ, ‘‘ମୁଁ ବହୁତ ଆନନ୍ଦ ଏବଂ କୃତଜ୍ଞତାର ସହ ଏହି ଖବର ସମସ୍ତଙ୍କ ସହ ସେୟାର କରିପାରୁଛି ଯେ ରାମ ଚରଣ ଏବଂ ଉପାସନା କୋନେଡିଲାଙ୍କ ଯାଆଁଳା ସନ୍ତାନକୁ ସ୍ବାଗତ କରିଛନ୍ତି । ଗୋଟିଏ ପୁତ୍ର ସନ୍ତାନ ଏବଂ କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି । ମା’ ଏବଂ ପିଲା ଉଭୟ ସୁସ୍ଥ ଅଛନ୍ତି । ଆମ ଘରେ ଏହି ଦୁଇ ଛୋଟ ପିଲାଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି । ଜେଜେବାପା ଭାବରେ ଏହା ମୋ ପାଇଁ ଆଶୀର୍ବାଦ । ଆମେ ସମସ୍ତଙ୍କ ପ୍ରାର୍ଥନା, ପ୍ରେମ ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଉଛୁ। ଚିରଞ୍ଜିବୀ ଏବଂ ସୁରେଖା ।”
ଆପଣଙ୍କୁ ଜଣାଇ ରଖୁଛୁ ଯେ, ରାମ ଚରଣ ଏବଂ ଉପାସନାଙ୍କ ବିବାହ କଥା କୁହାଯାଏ ତେବେ ସେମାନେ ୨୦୧୨ ମସିହାରେ ବିବାହ କରିଥିଲେ । ୨୦୧୧ ମସିହାରେ ନିର୍ବନ୍ଧ ହୋଇଥିଲା । ଉପାସନା ହେଉଛନ୍ତି ଆପୋଲୋ ହସ୍ପିଟାଲର ଫାଉଣ୍ଡର ପ୍ରତାପ ସି ରେଡ୍ଡୀଙ୍କ ନାତୁଣୀ । ୨୦୨୩ ମସିହାରେ ସେମାନଙ୍କ ପ୍ରଥମ କନ୍ୟା ସନ୍ତାନ କ୍ଲିନ୍ କାରାଙ୍କୁ ସ୍ବାଗତ କରିଥିଲେ । ୨୦୨୫ ମସିହାରେ ଦୀପାବଳି ସମୟରେ ଉପାସନା ତାଙ୍କର ଦ୍ୱିତୀୟ ଶିଶୁ ସାୱାରର ଏକ ଭିଡିଓ ପ୍ରଶଂସକଙ୍କ ସହ ସେୟାର କରିଥିଲେ ।
ଯଦି ରାମ ଚରଣଙ୍କ କାମ କ୍ଷେତ୍ର କଥା କୁହାଯାଏ ତେବେ ସେ ଶେଷ ଥର ପାଇଁ ଫିଲ୍ମ ଗେମ୍ ଚେଞ୍ଜରରେ ନଜର ଆସିଥିଲେ । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନଥିଲା । ସେ ୨୦୨୩ରେ ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନରେ ମଧ୍ୟ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ସେ ଏବେ ସ୍ପୋର୍ଟ୍ସ ଡ୍ରାମା “ପେଡ୍ଡି” ପାଇଁ ପ୍ରସ୍ତୁତି କରୁଛନ୍ତି । ଯେଉଁଥିରେ ଜାହ୍ନବୀ କପୁର ମଧ୍ୟ ଅଭିନୟ କରୁଛନ୍ତି ।