ବଲିଉଡ୍‌ରେ ପୁଣି କମାଲ କଲେ ଓଡ଼ିଆ ପୁଅ ରାଜ କିଶୋର ହୋତା

ବଲିଉଡ୍‌ରେ ପୁଣି ଚମକିଲେ ଓଡ଼ିଆ ପୁଅ । ଫିଲ୍ମ `ଭୁଲ ଭୁଲେୟା-୩’ରେ ସହ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ତୁଲାଇଲେ । ସୋନପୁରର ରାଜ କିଶୋର ହୋତାଙ୍କୁ ନେଇ ଚର୍ଚ୍ଚା । ପୂର୍ବରୁ ଅନେକ ସୁପରହିଟ୍ ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ କରିଥିଲେ କାମ ।

ଆଇ ଆମ କଲାମ, କୌନ କିତନେ ପାନି ମେ, ଡ୍ରିମ ଗାର୍ଲ-୨ ଭଳି ସିନେମାରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରିଛନ୍ତି । କେବଳ ସେତିକି ନୁହେଁ ଓଡ଼ିଶାର କାହାଣୀ ଦ ମାଉଣ୍ଟନ ହକି ସିନେମାର ପ୍ରଯୋଜନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ରାଜ କିଶୋର । ହେଲେ ଏବେ ନିଜ ଫିଲ୍ମ ଭୁଲଭୂଲେୟା-ଥ୍ରୀକୁ ନେଇ ଏବେ ବେଶ ଉତ୍ସାହିତ ଅଛନ୍ତି । ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଚି ତାଙ୍କ ସିନେମା ଭୁଲଭୂଲେୟା-ଥ୍ରୀ ।