୪ ଦିନରେ ୭୫୦ କୋଟିରୁ ଅଧିକ ରୋଜଗାର କଲା ‘ପୁଷ୍ପା ଦି ରୁଲ୍’
ରିଲିଜ୍ ହେବା ପରଠାରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍’ ଚଳଚ୍ଚିତ୍ର ବିଭିନ୍ନ ରେକର୍ଡକୁ ଭଙ୍ଗ କରି ନୂତନ ରେକର୍ଡ ସୃଷ୍ଟି କରିଚାଲିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ରବିବାର ରାତି ୧୧ଟା ସୁଦ୍ଧା ବିଶ୍ୱବ୍ୟପୀ ‘ପୁଷ୍ପା ୨’ ଚଳଚ୍ଚିତ୍ର ୭୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ୭୫୦ କୋଟି କ୍ଲବ୍ରେ ସାମିଲ ହୋଇଥିବାନେଇ ସିନେ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।