ପ୍ରକୃତି ମୋ ଘର ଭାଙ୍ଗୁଛନ୍ତି: ବାବୁସାନଙ୍କ ପତ୍ନୀ
ଭୁବନେଶ୍ବର: ରାସ୍ତା ଉପରେ ବାବୁଶାନଙ୍କ ପତ୍ନୀଙ୍କ ଚିତ୍କାର ଶୁଭୁଛି । ଗାଳି କରୁଛନ୍ତି ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ । ଚୁଟି ଟାଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବି ଦେଖିବାକୁ ମିଳୁଛି । ଏମିତି ଏକ ଭିଡିଓ ଆଜି ଭାଇରାଲ ହେବାରେ ଲାଗିଛି । ପାଖରେ ଥିବା ଲୋକମାନେ ଏହି ଦୃଶ୍ୟ ଦେଖିବା ସହ ମୋବାଇଲରେ ରେକର୍ଡିଂ ମଧ୍ୟ କରୁଛନ୍ତି ।
ଘଟଣା ହେଉଛି ଆଜି ସତ୍ୟନଗରରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଗୋଟିଏ କାରରେ ବସିଥିବା ବେଳେ ସେଠାରେ ବାବୁସାନଙ୍କ ପତ୍ନୀ ପହଁଚିଥିଲେ । ପରେ ସେ ବାବୁସାନଙ୍କୁ ଗାଳି କରିବା ସହ ପ୍ରକୃତି ମିଶ୍ରଙ୍କୁ ଗାଳି କରିଥିଲେ । ଖାଲି ଗାଳି କରିନଥିଲେ ତାଙ୍କ ଚୁଟି ଟାଣି ଓଟାରି ଗାଳି କରିଥିଲେ । ମୋ ଘର ତୁ କାହିଁକି ଭାଙ୍ଗୁଛୁ ବୋଲି କହିଥିଲେ ।
ପ୍ରକୃତିଙ୍କ ଚୁଟି ଟାଣି ତାଙ୍କୁ ଆକ୍ରମଣ କରୁଥିବା ବେଳେ ଅସହାୟ ହୋଇ ପଡ଼ିଥିବା ପ୍ରକୃତି ସେଠାରେ ଉପସ୍ଥିତ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ଏହାପରେ ଯେଣତେଣ ପ୍ରକାରେ ବାବୁସାନଙ୍କ ପତ୍ନୀଙ୍କ କବଳରୁ ଦୌଡ଼ି ସେ ମୁକୁଳି ଦୌଡ଼ିବାକୁ ଲାଗିଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କ ପଛରେ ଗୋଡ଼ାଇଥିଲେ । ତାଙ୍କ ପଛରେ ଦୌଡ଼ି ଦୌଡ଼ି ତାଙ୍କୁ ଗାଳି କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।