ପରଲୋକରେ ‘ଅବ୍ କି ବାର୍ ମୋଦୀ ସରକାର’ ସ୍ଲୋଗାନ ଲେଖିଥିବା ପିୟୁଷ ପାଣ୍ଡେ
ପରଲୋକରେ ‘ଅବ୍ କି ବାର୍ ମୋଦୀ ସରକାର’ ସ୍ଲୋଗାନ ଲେଖିଥିବା ପିୟୁଷ ପାଣ୍ଡେ। ଏହି ଖବର ଆସିବା ପରେ ଏବେ ଭାରତୀୟ ବିଜ୍ଞାପନ ଜଗତକୁ ଏକ ବଡ଼ ଝଟକା ଲାଗିଛି। ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପାଣ୍ଡେ “Ab Ki Baar Modi Sarkar” ଏବଂ “Thanda Matlab Coca-Cola” ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନର Punch Line ଲେଖିଥିଲେ।ସୂଚନା ମୁତାବକ, ପୀୟୁଷ ୨୭ବର୍ଷ ବୟସରେ ବିଜ୍ଞାପନ ଜଗତରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ପ୍ରସୂନ ପାଣ୍ଡେଙ୍କ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଉଭୟ ରେଡିଓ ଜିଙ୍ଗଲ୍ସ ପାଇଁ କଣ୍ଠସ୍ୱର ଦେଉଥିଲେ। ୧୯୮୨ ମସିହାରେ ସେ ବିଜ୍ଞାପନ କମ୍ପାନି ଓଗିଲବୀ ସହିତ କାମ କରିବା ଆରମ୍ଭ କଲେ। ପରବର୍ତ୍ତୀ ସମୟରେ, ୧୯୯୪ ମସିହାରେ ତାଙ୍କୁ ଓଗିଲବୀର ବୋର୍ଡକୁ ମନୋନୀତ କରାଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୬ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।
କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ପୀୟୁଷ ପାଣ୍ଡେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ପଦ୍ମଶ୍ରୀ ପୀୟୁଷ ପାଣ୍ଡେଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିବା ପାଇଁ ମୁଁ ଶବ୍ଦ ହରାଇ ବସିଛି। ବିଜ୍ଞାପନ ଜଗତର ଜଣେ ଅସାଧାରଣ ବ୍ୟକ୍ତିତ୍ୱ, ତାଙ୍କର ସୃଜନଶୀଳ ପ୍ରତିଭା କାହାଣୀ କହିବାର କଳାକୁ ପୁନଃ ପରିଭାଷିତ କରିଥିଲା ଏବଂ ଆମକୁ ଅନେକ ଅବିସ୍ମରଣୀୟ କାହାଣୀ ଦେଇଥିଲା। ମୋ ପାଇଁ, ସେ ଜଣେ ବନ୍ଧୁ ଥିଲେ ଯାହାଙ୍କ ପ୍ରତିଭା ତାଙ୍କ ସତ୍ୟତା, ଉଷ୍ମତା ଏବଂ ବୁଦ୍ଧି ମାଧ୍ୟମରେ ଝଲସୁଥିଲା। ମୁଁ ସର୍ବଦା ଆମ ଭିତରେ ହୋଇଥିବା ଆଲୋଚନାକୁ ମନେ ପକାଇବି। ସେ ଏକ ଗଭୀର ଶୂନ୍ୟସ୍ଥାନ ଛାଡି ଯାଇଛନ୍ତି ଯାହାକୁ ପୂରଣ କରିବା କଷ୍ଟକର ହେବ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା। ଓମ୍ ଶାନ୍ତି!”