‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ପବନ କଲ୍ଯାଣଙ୍କ ପ୍ରତିକ୍ରିୟା
‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବାକୁ ନେଇ ବିବାଦରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ବିବାଦ ବଢ଼ୁଥିବା ଦେଖି ଅର୍ଜୁନ, ‘ପୁଷ୍ପା-୨’ର ନିର୍ମାତା ଓ ନିର୍ଦ୍ଦେଶକ ମିଶି ମୃତକଙ୍କ ପରିବାରକୁ ୨କୋଟି ଦେଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ସୁପରଷ୍ଟାର ଅଭିନେତା ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନିଜର ପ୍ରତିକ୍ରିୟା ଦେଇଛନ୍ତି।