ଟିଭି ଅଭିନେତ୍ରୀ ପାରୁଲ ଗୁଲାଟିଙ୍କୁ ମିଳିଛି ବଡ଼ ବ୍ରେକ୍‌,୧୫ ବର୍ଷ ପରେ ବଡ଼ ପରଦାରେ ନଜର ଆସିବେ

ଟିଭି ଅଭିନେତ୍ରୀ ପାରୁଲ ଗୁଲାଟିଙ୍କୁ ମିଳିଛି ବଡ଼ ବ୍ରେକ୍‌। ପ୍ରାୟ ୧୫ ବର୍ଷ ମନୋରଞ୍ଜନ ଶିଳ୍ପରେ କାମ କରିବା ପରେ ସେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ ୨’ ଜରିଆରେ ସେ ବଲିଉଡରେ ପାଦ ଥାପିବେ। ଏହି ଫିଲ୍ମରେ ସେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ।
ସମ୍ପର୍କରେ ପାରୁଲ କୁହନ୍ତି, କଠିନ ପରିଶ୍ରମର ପ୍ରତିଟି ଛୋଟ ପଦକ୍ଷେପ ଏବେ ଏକ ସୁନ୍ଦର ପୁରସ୍କାରରେ ପରିଣତ ହୋଇଛି। ମୋର ସ୍ବପ୍ନ ସାକାର ହେବାକୁ ଯାଉଛି। ପ୍ରଥମ ଥର ପାଇଁ କମେଡି ଜଗତରେ ପ୍ରବେଶ କରୁଥିବାରୁ ବେଶ୍‌ ଉତ୍ସାହିତ। ଏହି ଫିଲ୍ମ ମାଧ୍ୟମରେ ମୁଁ ଦର୍ଶକଙ୍କୁ ଶିଖିବା ଏବଂ ବଞ୍ଚିବାର ନୂଆ ଉପାୟ ବତାଇବି। ଏହା କେବଳ ଏକ ଫିଲ୍ମ ନୁହେଁ ବରଂ ଏକ ନୂତନ ଅଧ୍ୟାୟ, ଯାହା ମୋର କ୍ୟାରିୟରକୁ ଦୃଢ କରିବ।
‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ ୨’ରେ ପାରୁଲ-କପିଲଙ୍କ ସହିତ ହୀରା ୱାରିନା, ତ୍ରିଧା ଚୌଧୁରୀ ଏବଂ ଆୟେଶା ଖାନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଅକ୍ଟୋବର ୨୩ରେ ଫିଲ୍ମର ମୋଶନ ପୋଷ୍ଟର ରିଲିଜ୍‌ ହୋଇଥିଲା।
ଅନୁକଲ୍ପ ଗୋସ୍ବାମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ରତନ ଜୈନ, ଗଣେଶ ଜୈନ ଏବଂ ଆବାସ-ମସ୍ତାନଙ୍କ ପ୍ରଯୋଜିତ ଏହି ଫିଲ୍ମଟି ଡିସେମ୍ବର ୧୨ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।ସିନେମା ହଲରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟି କପିଲ ଶର୍ମାଙ୍କ ୨୦୧୫ରେ ଆସିଥିବା ପ୍ରଥମ ଫିଲ୍ମ ‘କିସ କିସ କୋ ପ୍ୟାର୍‌ କରୁଁ’ର ସିକ୍ୱେଲ।

Leave a comment