ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ କଣ୍ଠଶିଳ୍ପ ଦୀପ୍ତିରେଖା ପାଢ଼ୀ

ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ । ଚୈତ୍ର ନବରାତ୍ରୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦୁର୍ଗତି ନାଶିନୀ ମା’ର ୟୁଟ୍ୟୁବ୍ ଲିଙ୍କ୍ ସେୟାର କରିଛନ୍ତି। ଯାହାର କଣ୍ଠଶିଳ୍ପ ହେଉଛନ୍ତି  ଓଡିଆ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ । ପୋଷ୍ଟ କରିବା ସହ  ପ୍ରଧାନମନ୍ତ୍ରୀ ଲେଖିଛନ୍ତି: “ଦେବୀଙ୍କ ପ୍ରତି ଭକ୍ତିରେ ଅପାର ଶକ୍ତି ଅଛି। ଦେବୀଙ୍କ ପୂଜା କରିବା ଦ୍ୱାରା ଭକ୍ତମାନଙ୍କ ମନ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ। ସେପଟେ ଏହାକୁ ନେଇ କଣ୍ଠଶିଳ୍ପୀ ଦୀପ୍ତିରେଖା କହିଛନ୍ତି ମୁଁ କେବେ କଳ୍ପନା କରି ନଥିଲି ଯେ ମୋର ଭକ୍ତି ଗୀତ ଏବଂ ଭିଡିଓ ପ୍ରଧାନମନ୍ତ୍ରୀ ନିଜେ ସେୟାର କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ତାଙ୍କୁ ଗଭୀର ଭାବରେ ଅନୁପ୍ରାଣିତ କରିଛି । ତାଙ୍କ ଆଗାମୀ କ୍ୟାରିଅରରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ।

Leave a comment