ସାହିଦଙ୍କ ଫିଲ୍ମ ଓ ରୋମିଓର ଟ୍ରେଲର ରିଲିଜ

ବଲିଉଡ ଷ୍ଟାର ସାହିଦ କପୁର ପୁଣି ଥରେ ପରଦାରେ ଧମାକା କରିବାକୁ ଯାଉଛନ୍ତି । ସାହିଦଙ୍କ ଫିଲ୍ମ “ଓ ରୋମିଓର ଟ୍ରେଲର ରିଲିଜ ହୋଇଛି । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଗତକାଲି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ଏଥିରେ ସାହିଦଙ୍କ ଲୁକ ଓ ଅବତାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାହିଦ କପୁର ତାଙ୍କ ଇନଷ୍ଟାଗ୍ରାମରେ ‘ଓ ରୋମିଓ’ ଫିଲ୍ମର ଟ୍ରେଲର ସେୟାର କରିଛନ୍ତି । ସାହିଦ କପୁର ଫିଲ୍ମରେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ।

ଟ୍ରେଲର ରୋମାଣ୍ଟିକ ଅନ୍ଦାଜରୁ ଆରମ୍ଭ ହୋଇ ଶୀଘ୍ର ଝଗଡ଼ାରେ ପରିଣତ ହୁଏ । ପ୍ରତ୍ୟେକ ସିନରେ ସାହିଦ କପୁର ତାଙ୍କ ଶତ୍ରୁମାନଙ୍କର ବେକ କାଟିବା ଦେଖିବାକୁ ମିଳିଛି । ଆଉ ନାନା ପାଟେକର ସାହିଦ କପୁରଙ୍କୁ ବନ୍ଧୁକ ଦେଖାଇଛନ୍ତି । ତ୍ରିପ୍ତୀ ଡିମ୍ରିଙ୍କ ପ୍ରତି ସାହିଦ କପୁରଙ୍କ ଜୋରଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ ।

ଓ ରୋମିଓ ଫିଲ୍ମ ଆକ୍ସନ୍ ଥ୍ରୀଲର୍ ହେବ ବୋଲି ଆଶା କରାଯାଉଛି । ଏହି ଫିଲ୍ମଟି ଫେବୃଆରୀ ୧୩, ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବ । ଫିଲ୍ମର ରିଲିଜ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏହି ଫିଲ୍ମଟି ବିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ଦ୍ଦେଶିତ । ଫିଲ୍ମରେ ତ୍ରିପ୍ତି ଡିମ୍ରି, ନାନା ପାଟେକର, ଅବିନାଶ ତିୱାରୀ, ଦିଶା ପଟାନି, ଅରୁଣା ଇରାନୀ, ବିକ୍ରାନ୍ତ ମାସି ଏବଂ ତମନ୍ନା ଭାଟିଆ ନଜର ଆସିବେ । ଅବିନାଶ ଚୌଧୁରୀ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ । ଟ୍ରେଲର ଦେଖି ଫ୍ୟାନ୍ସ ଭଲ ପ୍ରତିକ୍ରିୟା ଦେଇଛନ୍ତି । ଫିଲ୍ମ ଫେବ୍ଆରୀ ୧୩ରେ ରିଲିଜ ହେବ ।

Leave a comment