ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି,ଏହି ଖୁସିକୁ ସୋସିଆଲ ମିଡିଆରେ କଲେ ସେୟାର

ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ନାଗିନ୍ ଫେମ୍ ସୁରଭି ଜ୍ୟୋତି । ସେ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଉତ୍ସାହ ପ୍ରକାଶ କରିଛନ୍ତି ।

ସୁରଭି ଜ୍ୟୋତି ତାଙ୍କ ପ୍ରେଗ୍ନେସିକୁ ନେଇ ଖୁବ୍ ଖୁସି ରହିଛନ୍ତି । ସେ ନିଜକୁ ସବୁବେଳେ ସୋସିଆଲ ମିଡିଆରେ ଅପଡେଟ୍ ରଖୁଛନ୍ତି । ସେ ଏହି ସମୟରେ ନିଜର ଯତ୍ନ ନେଉଥିବାର ଦେଖିବାକୁ ମିଳୁଛି । ଏଥିସହ ସେ ତାଙ୍କ ବେବି ବମ୍ଫକୁ ଫ୍ଲାଣ୍ଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଉ ଏକ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କର ଉତ୍ସାହ ଦ୍ବିଗୁଣିତ ହୋଇଯାଇଛି । ସୁରଭି ଗୋଟିଏ ଛୁଆ ନୁହେଁ ବରଂ ଜାଆଁଳା ସନ୍ତାନର ମା ହେବା ପାଇଁ ଆଶା ରଖିଥିବା ଜଣାପଡିଛି । ପ୍ରେଗ୍ନେସିର ୪ ମାସ ମଧ୍ୟରେ ସୁରଭି ତାଙ୍କର ଏହି ଖୁସି ଖବରକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ବେବି ବମ୍ଫକୁ ଦେଖି ପ୍ରଶଂସକମାନେ ଅନେକ କଥା ଅନୁମାନ କରୁଥିବାବେଳେ ସୁରଭି ତାଙ୍କ ପ୍ରେଗ୍ନେସିର ସ୍କାନର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜାଅଁଳା ସନ୍ତାନର ମା ହେବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସୁରଭି ତାଙ୍କ ପ୍ରେଗ୍ନେସିକୁ ନେଇ ଖୁବ୍ ସତର୍କ ଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଅଭିନେତ୍ରୀ ଅଧିକାଂଶ ନେଚର ସହିତ ସମୟ ବିତାଉଛନ୍ତି । ଯଦି ସୁରଭିଙ୍କ ବିବାହ କଥା କୁହାଯାଏ ତେବେ ସେ ସୁମିତ ସୁରୀଙ୍କୁ ୨୭ ଅକ୍ଟୋବର ୨୦୨୪ରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ସେ ମା ହେବାକୁ ଯାଉଛନ୍ତି ।

Leave a comment