ବିବାହ କଲେ ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା
ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଷ୍ଟାର୍ କପଲଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଫିଲ୍ମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସହ ନାଗା ଓ ଶୋଭିତାଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ନିକଟ ସମ୍ପର୍କୀୟ ଯୋଗଦେଇଥିଲେ।