ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ନାଗା ଚୈତନ୍ୟ ଓ ଶୋଭିତ ଧୁଲିପାଲା

ଶୋଭିତା  ଧୁଲିପାଲ ଖୁବଶୀଘ୍ର  ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ। ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧର ଦୁଇ ମାସ ପରେ ଏବେ ବଧୂ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଶୋଭିତ ଧୁଲିପାଲା ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରି-ଓ୍ୱେଡିଂର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ପୂରା ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ଫଟୋ ସେ ନିଜ ପରିବାର ଲୋକଙ୍କ ଗହଣରେ ଥିବା ଦେଖିବାକୁ ମିଳିଛି।

ଏହି ଫଟୋକୁ ସେୟାର କରି ସେ ତେଲୁଗୁରେ କିଛି ଲେଖିଛନ୍ତି, ଶୋଭିତାଙ୍କ ଏହି ଫଟୋଗୁଡିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଖୁବ୍‌ ଲାଇକ୍‌ ସେୟାର କରାଯାଉଛି। କହିବାକୁ ଗଲେ ସାମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡପତ୍ର ପରେ ନାଗା ଚୈତନ୍ୟ ଶୋଭିତାଙ୍କ ପ୍ରେମରେ ପଡିଥିଲେ। ଶୋଭିତା ଓ ନାଗା ଚୈତନ୍ୟ ୨୦୨୨ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି।