‘‘ଦି ଡାଏରୀ ଅଫ୍ ମଣିପୁର’’ରେ ନଜର ଆସିବେ ମୋନାଲିସା
ଗତବର୍ଷ ମହାକୁମ୍ଭରେ ମାଳ ବିକ୍ରି କରି ଭାଇରଲ ହୋଇଥିବା ମୋନାଲିସା ପୁଣିଥରେ ପ୍ରୟାଗରାଜ ଫେରିଛନ୍ତି । ଏଥର କିନ୍ତୁ ସେ ମାଳ ବିକ୍ରି ପାଇଁ ନୁହେଁ ବରଂ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଇଣ୍ଟରନେଟ୍ ସେନସେସନ୍ ହେବା ପରେ ସେ ଏବେ ଫିଲ୍ମ ଜଗତରେ ତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି । ତାଙ୍କ ସରଳତା ସମସ୍ତଙ୍କୁ ପ୍ରଭାବିତ କରିଥିବାରୁ ନିର୍ଦ୍ଦେଶକ ତାଙ୍କ ଫିଲ୍ମରେ ମୋନାଲିସାଙ୍କୁ ନେବାକୁ ନିଷ୍ପତ୍ତି ନେଇଥିଲେ ।
ମୋନାଲିସା ଏବେ ତାଙ୍କର ପ୍ରଥମ ଫିଲ୍ମ ‘‘ଦି ଡାଏରୀ ଅଫ୍ ମଣିପୁର’’ର ସୁଟିଂ ଶେଷ କରିଛନ୍ତି । ଏହି ଫିଲ୍ମରେ ମୋନାଲିସାଙ୍କ ବିପକ୍ଷରେ ଅଭିନେତା ଭାବେ ରାଜକୁମାର ରାଓଙ୍କ ଭାଇ ଅମିତ ରାଓଙ୍କୁ ଦେଖୁବାକୁ ମିଳିବ । ମହାକୁମ୍ଭର ପ୍ରାୟ ଗୋଟିଏ ବର୍ଷ ପରେ ମୋନାଲିସା ପୁଣି ଥରେ ପ୍ରୟାଗରାଜ ଫେରୁଛନ୍ତି । ଏଥର କିନ୍ତୁ ମାଳ ବିକ୍ରି କରିବାକୁ ନୁହେଁ ବରଂ ଅଭିନେତ୍ରୀ ଭାବେ ସେ ସେଠାରେ ପହଞ୍ଚିବେ । ପ୍ରୟାଗରାଜ ଫେରିବା ତାଙ୍କ ପାଇଁ ଭାବପ୍ରବଣ ଏବଂ ଐତିହାସିକ ।
‘ଗାନ୍ଧୀଗିରି’ ଏବଂ ‘ଶଶାଙ୍କ’ ଭଳି ଫିଲ୍ମ ପାଇଁ ଜଣାଶୁଣା ଥିବା ସନୋଜ ମିଶ୍ରଙ୍କ ସମେତ ପୁରା ଟିମ୍ ମାଘ ମେଳାରେ ସାମଲ୍ ହେବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଶେଷ ହେବା ପରେ ପୁରା ଟିମ୍ ଗଙ୍ଗା ମା’ଙ୍କ ଆଶୀର୍ବାଦ ନେବାକୁ ପ୍ରୟାଗରାଜରେ ପହଞ୍ଚିବେ । ଯାହା ଏହି ଯାତ୍ରାକୁ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ କରିବ । ନିର୍ଦ୍ଦେଶକଙ୍କ ଅନୁଯାୟୀ, “ଦି ଡାଏରୀ ଅଫ୍ ମଣିପୁର”ର ସୁଟିଂ ଅନେକ ପର୍ଯ୍ୟାୟରେ ଶେଷ ହୋଇଥିଲା । ପ୍ରଥମ ସିଡ୍ୟୁଲ୍ ଉତ୍ତର ପ୍ରଦେଶର ଇଟାୱାରେ ସୁଟିଂ କରାଯାଇଥିଲା ଏବଂ ଟିମ୍ ପରେ ମଣିପୁରରେ ପହଞ୍ଚିଥିଲା । ଯେଉଁଠାରେ ଭିନ୍ନ ଭିନ୍ନ ସ୍ଥାନରେ ସୁଟିଂ କରିଥିଲେ । ଏହା ପରେ ନେପାଳରେ ଏକ ସିଡ୍ୟୁଲ୍ ଶେଷ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଡେରାଡୁନରେ ସୁଟିଂ ହୋଇଥିଲା । ଗତ ସପ୍ତାହରେ ଫୁଲ୍ମର ସୁଟିଂ ଶେଷ ହୋଇଥିଲା ।
ଏହାରି ମଧ୍ୟରେ ସନୋଜ ମିଶ୍ର କହିଛନ୍ତି ଯେ, ଯେତେବେଳେ ସେ ମେଳାରେ ମୋନାଲିସାଙ୍କୁ ଦେଖିଥିଲେ ଲୋକମାନେ ସେଲଫି ଏବଂ ରିଲ୍ ପାଇଁ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ସେମାନେ ସରଳ ହୋଇଥାଆନ୍ତି । ଯେଉଁମାନେ ମଧ୍ୟପ୍ରଦେଶର ମହେଶ୍ବରରୁ ଆସିଛନ୍ତି । ଏହା ଦେଖିବା ପରେ ମୋନାଲିସାଙ୍କୁ ମୁଖ୍ୟ ଭୂମିକାରେ ନେବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ଇନ୍ଦୋର ଏବଂ ପରେ ମୁମ୍ବାଇ ଅଣାଯାଇଥିଲା । ଯେଉଁଠାରେ ତାଙ୍କୁ ଅଭିନୟ ଏବଂ ପାଠପଢ଼ାରେ ଟ୍ରେନିଂ ଦିଆଯାଇଥିଲା । ପୂର୍ବରୁ ସେ କେବଳ ନିଜ ଦସ୍ତଖତ କରିବା ଜାଣିଥିଲେ । କଠିନ ପରିଶ୍ରମ ଯୋଗୁଁ କିନ୍ତୁ ଏବେ ସେ ବହୁତ କିଛି ଶିଖିଛନ୍ତି ।
ଯଦି ଏହି ଫିଲ୍ମ କଥା କୁହାଯାଏ ତେବେ ମଣିପୁରରେ ଅବସ୍ଥିତ ଏବଂ ହିଂସା, ସଂଘର୍ଷର ଏକ ଲଭ୍ ଷ୍ଟୋରୀ ଉପରେ ଆଧାରିତ । ଏହି ଫିଲ୍ମରେ ମୋନାଲିସା ଜଣେ ଉତ୍ତର ଭାରତୀୟ ଝିଅ ଭୂମିକାରେ ଅଭିନୟ କରିଛନ୍ତି । ଏକ ସାଧାରଣ ମେଳାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ବଡ଼ ପରଦାରେ ପହଞ୍ଚିଛି ।