‘‘ମର୍ଦ୍ଦାନୀ ୩’’ ର ଟ୍ରେଲର ରିଲିଜ୍
ଚଳିତ ନୂଆ ବର୍ଷ ଫିଲ୍ମପ୍ରେମୀଙ୍କ ପାଇଁ ଏଣ୍ଟରଟେନମେଣ୍ଟରେ ପରିପୂର୍ଣ୍ଣ ହେବ । YRF ‘‘ମର୍ଦ୍ଦାନୀ ୩’’ ଟ୍ରେଲର ରିଲିଜ୍ କରିଥିବାବେଳେ ଜାନୁଆରୀ ୩୦ ତାରିଖରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି । ଟ୍ରେଲର ରିଲିଜ୍ ହେବା ସହିତ ଏହାର ନିର୍ମାତା କହିଛନ୍ତି ଯେ, ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ । ଯେଉଁଥିରେ ରାଣୀ ମୁଖାର୍ଜୀ ଇନ୍ସପେକ୍ଟର ଶିବାନୀ ଶିବାଜୀ ରାୟ ଭାବରେ ପୁଣି ନଜର ଆସିବେ। ଏହି ଫିଲ୍ମରେ ଶିବାନୀଙ୍କୁ ଜଣେ ପୁରୁଷଙ୍କ ବିରୋଧରେ ନୁହେଁ ବରଂ ମହିଳାଙ୍କ ସହିତ ମୁକାବିଲା କରୁଥିବାର ଦେଖିବାକୁ ମିଳିବ ।
ଏହି ଫିଲ୍ମରେ ଭିକ ମାଗିବା ଏବଂ ଚାଇଲ୍ଡ ଟ୍ରାକିଂ ଗ୍ୟାଙ୍ଗ ବିରୋଧୀ ମିଶନରେ ଶିବାନୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହି ଟ୍ରେଲରରେ ଭିକାରୀ ମାଫିଆ ଗ୍ୟାଙ୍ଗର ଭାବେ ଜଣେ ମହିଳା ଅମ୍ମା ଚରିତ୍ରରେ ନଜର ଆସିଛନ୍ତି । ଏହି ଅମ୍ମା ଭୂମିକାରେ ମଲ୍ଲିକାଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହି ଟ୍ରେଲରରେ ଅମ୍ମା ଜଣେ ଯୁବତୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି । ଯେଉଁମାନଙ୍କ ବୟସ ପ୍ରାୟ ୮ରୁ ୧୧ ବର୍ଷ ମଧ୍ୟରେ ବୋଲି ରାଣୀ ମୁଖାର୍ଜୀ କହିଛନ୍ତି । ଯେଉଁଥି ପାଇଁ ଶିବାନୀ ଏବଂ ଅମ୍ମାଙ୍କ ମଧ୍ୟରେ ମୁହାଁମୁହିଁ ଦୃଶ୍ୟ ଦେଖିବାକୁ ମିଳିଛି ।
ଅନ୍ୟପଟେ ମଲ୍ଲିକା ତାଙ୍କ ଅମ୍ମା ଚରିତ୍ର ପାଇଁ ଶିରୋନାମାରେ ରହିଛନ୍ତି । ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇପାରିଛି । ଯାହା ମଲ୍ଲିକାଙ୍କ ଅଭିନୟ ଦକ୍ଷତାକୁ ପ୍ରମାଣିତ କରିଛି ।