୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’ ଆରମ୍ଭ ହେବ

ଆସନ୍ତା ୨୫ରୁ ଓଟିଟି ଫ୍ଲାଟ୍‌ଫର୍ମ ପ୍ରାଇମ୍‌ ଭିଡିଓରେ ‘ଟୁ ମଚ୍‌ ଓ୍ବିଥ୍‌ କାଜୋଲ ଆଣ୍ଡ୍‌ ଟ୍ବିଙ୍କଲ’ ନାମକ ଏକ ଟକ୍‌ ଶୋ’ ଆରମ୍ଭ ହେବ। ଅଭିନେତ୍ରୀ କାଜୋଲ ଏବଂ ଟ୍ବିଙ୍କଲ ଖାନ୍ନା ଏହି ଶୋ’କୁ ହୋଷ୍ଟ କରିବେ। ରବିବାର ପ୍ରାଇମ୍‌ ଭିଡିଓ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଏହାର ଟ୍ରେଲରକୁ ଜାରି କରାଯାଇଛି। ଏଥିରେ ଉଭୟ ହୋଷ୍ଟ ବଲିଉଡ୍‌ର ସାଥୀ ସେଲିବ୍ରିଟିମାନଙ୍କ ସହ ବିଭିନ୍ନ ମଜାଦାର ଆଲୋଚନା କରୁଥିବାର ଦେଖିବାକୁ ମିଳିଛି। ଅଭିନେତା ସଲ୍‌ମାନ ଖାନ୍‌, ଆମିର ଖାନ୍‌, ଭିକି କୌଶଲ, ଗୋବିନ୍ଦା, ଚଙ୍କି ପାଣ୍ଡେ, ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ରିତି ସାନନ୍‌, ଜାହ୍ନବୀ କପୁର, ଫିଲ୍ମ ନିର୍ମାତା କରନ୍‌ ଜୋହର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ମଜାଦାର ତଥ୍ୟ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ଏହି ଟ୍ରେଲରକୁ ପସନ୍ଦ କରିଛନ୍ତି। ପ୍ରାଇମ୍‌ ଭିଡିଓ ପକ୍ଷରୁ ଉକ୍ତ ପୋଷ୍ଟର କ୍ୟାପ୍‌ଶନ୍‌ରେ ଲେଖା ହୋଇଛି, ଆସନ୍ତା ୨୫ ତାରିଖରୁ ଏହି ମଜାଦାର ଟକ୍‌ ଶୋ’ ପ୍ରିମିୟର ହେବ। ପ୍ରତି ଗୁରୁବାର କାଜୋଲ ଓ ଟ୍ବିଙ୍କଲଙ୍କ ସହ ପ୍ରାଇମ୍‌ ଭିଡିଓ ଆପଣମାନଙ୍କୁ ମନୋରଞ୍ଜନ ଯୋଗାଇବ।

Leave a comment