ପୁତ୍ର ସନ୍ତାନର ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା

ଖୁସି ଖବର ଦେଲେ ଓଲିଉଡର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା । ପୁଅ ହେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ ଆସିଲା… ବୋଲି କହିଛନ୍ତି । ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିବାକୁ ସେ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି ।

ନୂଆ ଅତିଥି ଆସିବା ନେଇ ସୁରାକ ଦେଇଥିଲେ ସବ୍ୟସାଚୀ । ଏକ ମେସେଜରେ କିଛି ପଠାଉଥିବାର ଏକ ସଂକ୍ଷିପ୍ତ ସୂଚନା ଦେଇଥିଲେ ବି ସେହି ବାର୍ତ୍ତା ଯେ ତାଙ୍କ ବାପା ହେବାର ଖୁସି- ତାହା ଏବେ ସ୍ପଷ୍ଟ ହୋଇଛି । ତେବେ ଡିସେମ୍ବର ୧୪ରେ ଓଲିଉଡର ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତା ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ଏକ ପୋଷ୍ଟ କରିଥିଲେ । ଉଭୟ ଏହି ଖୁସି ଖବରକୁ ସେମାନଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ସେବେ କହିଥିଲେ । ଆଉ ଏହାପରେ ତାଙ୍କୁ ଶୁଭେଚ୍ଛା ଛୁଟିଥିବା ବେଳେ ଏବେ ବାପା-ମାଆ ହେବା ପରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

 

Leave a comment