ଲଞ୍ଚ ହେଲା ଭାରତର ପ୍ରଥମ ଭର୍ଟିକଲ୍ ଓଟିଟି ଆପ୍ ‘ରକେଟ୍ ରିଲ୍ସ

ଥ୍ରୀଲର, ରୋମାନ୍ସ, କମେଡିରେ ଭରପୁର ଏକ ଆପ୍ ଲଞ୍ଚ ହୋଇଛି । ଯାହାକି ଡିଜିଟାଲ୍ ମନୋରଞ୍ଜନ ଜଗତରେ ହଇଚଇ ସୃଷ୍ଟି କରିଛି । ଏହା ହେଉଛି ଭାରତର ପ୍ରଥମ ଭର୍ଟିକଲ୍ ଓଟିଟି ଆପ୍ ‘ରକେଟ୍ ରିଲ୍ସ’ । ଭର୍ଟିକଲ୍ ଓଟିଟି ପ୍ଲାଟଫର୍ମଟି ଅଗଷ୍ଟ ୧ ତାରିଖରେ ୧୫ଟି ସିରିଜ୍ ସହିତ ଲଞ୍ଚ ହୋଇଥିଲା । ଅଳ୍ପ ସମୟ ମଧ୍ୟରେ ଏହାକୁ ଆଣ୍ଡ୍ରୋଏଡ ଫୋନ ଓ ଆଇଓଏସରେ ୩.୫ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିସାରିଛନ୍ତି ।ବଲିଉଡ୍‌ର ଚର୍ଚ୍ଚିତ ନିର୍ଦ୍ଦେଶକ ତଥା ପ୍ରଯୋଜକ ବିକ୍ରମ ଭଟ୍ଟ କହିଛନ୍ତି, ”ଭର୍ଟିକଲ୍ ଫର୍ମାଟ୍ କେବଳ ସ୍କ୍ରିନ୍ ଓରିଏଣ୍ଟେସନ୍‌ରେ ପରିବର୍ତ୍ତନ ହୋଇନାହିଁ ବରଂ କାହାଣୀକୁ ନେଇ ମଧ୍ୟ କିଛି ପରିବର୍ତ୍ତନ ରହିଛି । ‘ରକେଟ୍ ରିଲ୍ସ’ରେ ବିଭିନ୍ନ ୱେବ ସିରିଜ୍ ରହିଛି ଯାହା ପ୍ରଥମ ଫ୍ରେମ୍‌ରୁ ହିଁ ଦର୍ଶକଙ୍କୁ ବାନ୍ଧି ରଖିଛି । ଜମାନତ୍ ଓ ବେଟ୍ରେୟଲ୍ ଭଳି ଆଗାମୀ ଶୋ’ଗୁଡ଼ିକ ପାଇଁ ଡିଜାଇନ୍ ମଧ୍ୟ କରାଯାଇଛି।”ପ୍ରଥମେ ‘ରକେଟ୍ ରିଲ୍ସ’ ଆପ୍ ଡାଉନଲୋଡ୍ କଲେ ୩ ରୁ ୫ଟି ସିରିଜ୍ ମାଗଣାରେ ଦେଖିପାରିବେ । ତା’ପରେ ସବ୍ କ୍ରିପଶନ୍ କରି ମନପସନ ୱେବ ସିରିଜ୍ ଉପଭୋଗ କରିପାରିବେ । ପ୍ରଶଂସକଙ୍କ ପାଇଁ ଏହାର ଭର୍ଟିକାଲ୍-ଫାଷ୍ଟ ଡିଜାଇନ୍ ବିଶେଷ ଭାବରେ ମୋବାଇଲ୍-ଫାଷ୍ଟ ଚାଲୁଥିବାରୁ ଏହାକୁ ଡିଜାଇନ୍ କରାଯାଇଛି । ଥ୍ରୀଲର, ରୋମାନ୍ସ, କ୍ରାଇମ, ହରର ଏବଂ କମେଡି ଭଳି ବିଭିନ୍ନ ୱେବ ସିରିଜ୍ ଏଠାରେ ଦେଖିବାକୁ ମିଳିବ । ଏହା ଛଅଟି ଭାରତୀୟ ଭାଷା, ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ, ବଙ୍ଗାଳୀ ଏବଂ ଗୁଜରାଟୀରେ ଉପଲବ୍ଧ ଅଛି । ଏହି ପ୍ଲାଟଫର୍ମର ପ୍ରସାର ଭାରତୀୟ ସୀମା ବାହାରକୁ ମଧ୍ୟ ବ୍ୟାପିଛି । ଯାହା ଭାରତ, ଆମେରିକା, କାନାଡା, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବାଂଲାଦେଶ, ନେପାଳ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ରହିଅଛି ।

Leave a comment