ଆଜି ଠାରୁ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’

ଜୁନ୍ ୭ରୁ ୯ ତାରିଖ ଯାଏଁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଛି ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ (ବିଏଫ୍ଏଫ୍) । ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକମାନଙ୍କ ଦୃଷ୍ଟି ପୁନଃଆକର୍ଷିତ କରିବା ପାଇଁ ଏହି ସ୍ୱତନ୍ତ୍ର ଉତ୍ସବ କରାଯାଉଛି । ଏହି ତିନିଦିନିଆ ସ୍ୱତନ୍ତ୍ର ଓଡ଼ିଆ ଚଳଚ୍ଚିତ୍ର ଉତ୍ସବରେ ବିଭିନ୍ନ ସମୟର ୧୫ଟି କ୍ଲାସିକ୍ ଓଡ଼ିଆ ସିନେମାର ପ୍ରଦର୍ଶନ କରାଯିବ । ପ୍ରତିଦିନ ସକାଳ ୯ଟା ୩୦ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଚଳଚ୍ଚିତ୍ରର ସ୍କ୍ରିନିଂ ହେବ । ଏହି କାର୍ଯ୍ୟକ୍ରମ ଓଡ଼ିଆ ସିନେପ୍ରେମୀ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।ଜୁନ୍ ୭ ତାରିଖ ସନ୍ଧ୍ୟା ୭ଟାରେ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଏଥିରେ ବଲିଉଡର ଲୋକପ୍ରିୟ ନିଦେ୍ର୍ଦଶକ କେତନ ମେହଟ୍ଟା, ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ଦୀପା ସାହି, ଓଡ଼ିଆ ଚଳଚ୍ଚିତ୍ରର ଖ୍ୟାତନାମା ଅଭିନେତା ଓ ନିଦେ୍ର୍ଦଶକ ପ୍ରଶାନ୍ତ ନନ୍ଦ, ପ୍ରସିଦ୍ଧ ସିନେମାଟୋଗ୍ରାଫର ଓ ଚଳଚ୍ଚିତ୍ର ନିଦେ୍ର୍ଦଶକ ଅପୂର୍ବ କିଶୋର ବୀର୍ ଏବଂ ଅଭିନେତା ତଥା ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ନିଦେ୍ର୍ଦଶକ ଚିତ୍ତରଞ୍ଜନ ତ୍ରିପାଠୀ ଅତିଥି ଭାବେ ଯୋଗଦେବେ ।