ଗତ କିଛିମାସ ହେଲା ଡାଲି ଦର ଲଗାତାର ବୃଦ୍ଧି ପାଇ ଆସୁଛି। ଏବେ ଏଥିରେ ଚାଉଳ, ତେଲ ଏବଂ ଗହମ ଜାତୀୟ ଉତ୍ପାଦ ଯଥା ଅଟା, ସୁଜି ଏବଂ ମଇଦା ଆଦି ଯୋଡ଼ି ହୋଇଯାଇଛି। ଭୁବନେଶ୍ବରରେ ପାଇକାରୀ ବଜାରରେ ଚାଉଳ ଦର ଇତିମଧ୍ୟରେ କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବା କିଲୋପିଛା ୩ରୁ ୪ ଟଙ୍କା ବଢ଼ିଯାଇଛି। ସାଧାରଣ କିସମ ଚାଉଳର ପାଇକାରୀ ମୂଲ୍ୟ ପୂର୍ବରୁ ଯାହା କିଲୋଗ୍ରାମ ପିଛା ୩୧ ଟଙ୍କା ଥିଲା ଏବେ ତାହା ୩୫ ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ କ୍ବିଣ୍ଟାଲ ପିଛା ୩୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ସୋରିଷ ତେଲ ଦାମ ଗତ କିଛି ଦିନ ଭିତରେ ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ିଯାଇଛି। ସୋରିଷ ତେଲର ଦାମ ପୂର୍ବରୁ ଲିଟର ପିଛା ଯାହା ୧୨୦ ଟଙ୍କା ଥିଲା ବର୍ତ୍ତମାନ ତାହା ୧୩୨ରୁ ୧୩୩ ଟଙ୍କା ହୋଇଛି।ସେହିଭଳି ପାମୋଲିନ ଦର ପୂର୍ବରୁ କିଲୋପିଛା ୮୩ରୁ ୮୪ ଟଙ୍କା ରହିଥିଲାବେଳେ ବର୍ତ୍ତମାନ ତାହା ୮୬ରୁ ୮୭ ଟଙ୍କାରେ ପହଞ୍ଚିଛି। ହରଡ଼, ବୁଟ ଏବଂ ବିରି ଡାଲି ଏବେ ଅଧିକ ଦରରେ ବିକ୍ରି ହେଉଛି। ବିଭିନ୍ନ କିସମ ହରଡ଼ ଡାଲିର ପାଇକାରୀ ମୂଲ୍ୟ ଏବେ କିଲୋପିଛା ୧୬୫ ଟଙ୍କା ୧୮୦ ଟଙ୍କାରେ ବିକ୍ରି ହେଉଛି। ଗତ ୩ରୁ ୬ ମାସର ଦର ଉପରେ ନଜର ପକାଇଲେ କିଲୋପିଛା ହରଡ଼ ଡାଲି ଦର ପ୍ରାୟ ୨୦ରୁ ୩୦ ଟଙ୍କା ବଢ଼ିଯାଇଛି। ବିରି ଡାଲି ମଧ୍ୟ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା ବଢ଼ିଯାଇଛି। ବିରି ଡାଲି ଏବେ କିଲୋପିଛା ୧୨୦ ଟଙ୍କାରୁ ୧୩୫ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ବୁଟ ଡାଲି ଗତ ୩ ମାସ ଭିତରେ କିଲୋପିଛା ୧୦ ଟଙ୍କା ବଢ଼ିଯାଇଛି। ପୂର୍ବରୁ ଏହାର ଦାମ୍ ପାଇକାରୀ ବଜାରରେ କିଲୋଗ୍ରାମ ପିଛା ୭୦ ଟଙ୍କା ଥିବାବେଳେ ଏବେ ୮୦ ଟଙ୍କାରେ ବିକ୍ରି ହେଉଛି। ତେବେ ମୁଗ, ମଟର, ମସୁର ଡାଲି ମୂଲ୍ୟ ସ୍ବାଭାବିକ ରହିଛି। ଗହମ ମୂଲ୍ୟ କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ିଯାଇଛି। ଏହାଫଳରେ ଗହମଜାତୀୟ ଉତ୍ପାଦ ଯଥା ସୁଜି, ଅଟା, ମଇଦା ଆଦି ଦାମ କ୍ବିଣ୍ଟାଲ ପିଛା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ଖୁଚୁରା ବଜାରରେ ଏସବୁ ସାମଗ୍ରୀର ଦାମ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post