ବିବାହର ୪ବର୍ଷ ପରେ ଅଲଗା ହେଲେ ହାର୍ଦ୍ଦିକ-ନତାଶା

ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିଚ୍ଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ହାର୍ଦ୍ଦିକ ନିଜେ ସାମାଜିକ ଗଣମାଧ୍ୟମରେ ଗୁରୁବାର ଏହା ସ୍ବୀକାର କରିଛନ୍ତି। ହାର୍ଦ୍ଦିକ ଲେଖିଛନ୍ତି, ୪ ବର୍ଷ ଏକାଠି ରହିବା ପରେ ନତାଶା ଓ ମୁଁ ଆପୋଷ ଭାବେ ପୃଥକ୍ ହେବାକୁ ନିଷ୍ପତ୍ତି ନେଇଛୁ। ଆ‌େମ ପରସ୍ପରଙ୍କୁ ଆମର ଶ୍ରେଷ୍ଠ ଦେବାର ପ୍ରୟାସ କରିଥିଲୁ। ଆମେ ଭାବୁଛୁ ଯେ ଆମ ସ୍ବାର୍ଥ ପାଇଁ ଏହା ହିଁ ସଠିକ୍ ନିଷ୍ପତ୍ତି। ଏହି ନିଷ୍ପତ୍ତି ଆମ ପାଇଁ ବହୁତ କଷ୍ଟକର ଥିଲା। ଆମେ ଏକ ପରିବାର ଗଢ଼ିଥିଲୁ। ଆମେ ପରସ୍ପରଙ୍କୁ ବହୁତ ଖୁସି ଦେଇଛୁ। ପରସ୍ପର ପ୍ରତି ଆମର ବହୁତ ସମ୍ମାନ ଥିଲା ଏବଂ ଆମର ସମ୍ପର୍କ ମଧ୍ୟ ବହୁତ ନିବିଡ଼ ଥିଲା। ଆମକୁ ଅଗସ୍ତ୍ୟ ଭାବେ ଈଶ୍ବରଙ୍କ ଶ୍ରେଷ୍ଠ ଉପହାର ମିଳିଛି। ସେ ଆମ ଜୀବନରେ କେନ୍ଦ୍ରବିନ୍ଦୁ ହୋଇ ରହିବ। ଆମେ ଉଭୟ ମାତା ପିତା ଭାବେ ଅଗସ୍ତ୍ୟକୁ ଦୁନିଆର ଶ୍ରେଷ୍ଠ ଖୁସିହେବାର ପ୍ରୟାସ କରିବୁ। ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଆମ ବ୍ୟକ୍ତିଗତ ଜୀବନ ନେଇ ଆଲୋଚନା କରନ୍ତୁ ନାହିଁ।ହାର୍ଦ୍ଦିକ ଓ ନତାଶାଙ୍କ ମଧ୍ୟରେ ସମ୍ପର୍କ‌େର ତିକ୍ତତା ନେଇ ଗତ କିଛିମାସ ହେଲା ଆଲୋଚନା ଚାଲିଥିଲା। ୨ ଦିନ ତଳେ ଷ୍ଟାଙ୍କୋଭିଚ୍ ତାଙ୍କ ପୁଅ ଅଗସ୍ତ୍ୟଙ୍କୁ ସାଙ୍ଗରେ ନେଇ ତାଙ୍କ ଦେଶ ସର୍ବିୟା ଚାଲି ଯାଇଛନ୍ତି। ବୁଧବାର ଭୋର୍ରୁ ଷ୍ଟାଙ୍କୋଭିଚ୍ ପୁଅ ଅଗସ୍ତ୍ୟକୁ ଧରି ମୁମ୍ବଇ ବିମାନ ବନ୍ଦରରେ ପ୍ରବେଶ କରୁଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।