ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର
ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି । ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ପତି ପରମେଶ୍ୱର, ଷୋଳ ଶୁକ୍ରବାର, ପ୍ରେମ ବନ୍ଧନ ଓ ଭାଗ୍ୟଚକ୍ର ତଥା ଦୁଇଟି ହିନ୍ଦୀ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି । ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ପତି ପରମେଶ୍ୱର, ଷୋଳ ଶୁକ୍ରବାର, ପ୍ରେମ ବନ୍ଧନ ଓ ଭାଗ୍ୟଚକ୍ର ତଥା ଦୁଇଟି ହିନ୍ଦୀ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ । ସେ ମଧ୍ୟ ଜଣେ ଭଲ ଅଭିନେତା ଥିଲେ । ଫୁଲ ଚନ୍ଦନ, ଜାଇଫୁଲ, ପୂଜାଫୁଲ, ଶଙ୍ଖାସିନ୍ଦୂର ଆଦି ସିନେମାର ଅନ୍ୟତମ ନାୟିକା ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଜୟାସ୍ୱାମୀ ତାଙ୍କର ପତ୍ନୀ ।