ଚହଲଙ୍କଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କଲେ ଧନଶ୍ରୀ

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର ଖବର ସାମ୍ନାକୁ ଆସୁଛି। ଏହାକୁ ନେଇ ଲଗାତାର କଳ୍ପନାଜଳ୍ପନା ଚାଲିଛି। ଏହା ଭିତରେ ଧନଶ୍ରୀ ଚହଲଙ୍କଠାରୁ କେତେ କୋଟି ନେବେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହା କେତେ ସତ କେତେ ମିଛ ତାହା ଉଭୟ କେହି ମତପ୍ରକାଶ କରିନାହାନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଧନଶ୍ରୀ ୟୁଜଭେନ୍ଦ୍ର ଚହଲଙ୍କଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ୟୁଜବେନ୍ଦ୍ର ଧନଶ୍ରୀଙ୍କୁ ଟଙ୍କା ଦେଇନାହାଁନ୍ତି।