ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି,ଲିଭର ଜନିତ ରୋଗରେ ଆକ୍ରାନ୍ତ

‘ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିକଟରେ ତାଙ୍କ ପରିବାର ସହିତ ଇଦ୍ ପାଳନ କରୁଥିବାର କିଛି ଫଟୋ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ତାଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି  ସୂଚନା ଦିଆଯାଇ ନାହିଁ କିନ୍ତୁ ତାଙ୍କ ବନ୍ଧୁ ଡାକ୍ତର ଆଶାନା ହସ୍ପିଟାଲରୁ ସନାଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

ଆଶାନା ଲେଖିଛନ୍ତି, ” ମୋର ସବୁଠାରୁ ଷ୍ଟ୍ରଙ୍ଗ୍‌ ଦିଭା , ଏତେ ସାହସ ଓ ଧୈର୍ଯ୍ୟର ସହ ଏତେ ବଡ଼ ରୋଗ ସହିତ ଲଢୁଥିବାରୁ ମୁଁ ତୁମ ଉପରେ ଗର୍ବିତ । ତୁମେ ଏହି ପରିସ୍ଥିତିରୁ ଆହୁରି ଶକ୍ତିଶାଳୀ ହୋଇ ବାହାରି ଆସିବ । ମୁଁ ସବୁବେଳେ ତୁମ ସହିତ ଅଛି , ଶୀଘ୍ର ସୁସ୍ଥ ହୁଅ ମୋର ପ୍ରିୟ ଦିଭା ସନା ।”

ତେବେ ସୂଚନା ଅନୁସାରେ , ସନାଙ୍କୁ ଲିଭର ଜନିତ ଏକ ବିରଳ ରୋଗ ‘ ଅଟୋଇମ୍ୟୁନ୍‌ ହେପାଟାଇଟିସ୍‌ ‘ ହୋଇଛି । ଯାହାକି ତାଙ୍କୁ ୨୦୨୦ ମସିହାରୁ ହୋଇଥିବା ଜଣାପଡ଼ିଛି । ତେବେ ସେ ନିକଟରେ ଅତ୍ୟାଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a comment