ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ର ବିଜେତା

ବିଗ୍ ବସ୍-୧୯ ଫାଇନାଲ ଶେଷ ହୋଇଛି । ସିଜିନ୍କୁ ମିଳି ସାରିଛି ବିଜେତା । ଟିଭି ସୁପରଷ୍ଟାର ତଥା ଗୌରବ ଖାନ୍ନା ବିଗ୍ ବସ୍-୧୯ ବିଜେତା ହୋଇଛନ୍ତି । ତାଙ୍କୁ ଟ୍ରଫି ସହ ୫୦ ଲକ୍ଷ ଟଙ୍କାର ପ୍ରାଇଜ ମନି ମିଳିଛି । ଫରହାନା ଭଟ୍ଟ ପ୍ରଥମ ରସର-ଅପ୍ ହୋଇଥିବା ଦ୍ଵିତୀୟ ରନର-ଅପ ପ୍ରଣୀତ ମୋରେ ହୋଇଛନ୍ତି । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଥିବା ବିଗ୍ ବସ୍ ଦର୍ଶକଙ୍କୁ ୧୦୬ ଦିନ ଯାଏ ବାନ୍ଧି ରଖିଥିଲା । ଗତକାଲି ଅର୍ଥାତ୍ ରବିବାର ହୋଇଥିବା ଫାଇନାଲରେ ଗୌରବ ଖାନ୍ନା ବାଜି ମାରିଛନ୍ତି ।ଦୀର୍ଘ ୩ ମାସରୁ ଅଧିକ ଦିନ ଧରି କଲର୍ସ ଟିଭିରେ ପ୍ରସାରିତ ହୋଇ ଆସିଥିବା ଏହି ଟେଲିଭିଜନ ରିୟଲିଟି ଶୋ ରବିବାର ଶେଷ ହୋଇଛି । ଶେଷ ଦିନରେ ବଲିଉଡ ଅଭିନେତା ସଲମାନ୍ ଖାନ ଷ୍ଟେଜ ଉପରେ ବିଜେତାଙ୍କ ନାମ ଘୋଷଣା କରିଥିଲେ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ୫ ଜଣଙ୍କ ମଧ୍ୟରୁ ପ୍ରଥମେ ଅମାଲ ମଲ୍ଲିକ ପ୍ରତିଯୋଗିତାରୁ ବାଦ୍ ପଡିଥିଲେ । କିଛି ସମୟ ପରେ ତାନ୍ୟା ମିତ୍ତଲ ମଧ୍ୟ ଆଉଟ ହୋଇଥିଲେ । ପ୍ରଣିତ ମୋରେ, ଗୌରବ ଖାନ୍ନା ଓ ଫାହାନା ଭଟ୍ଟ ଫାଇନାଲକୁ ଯାଇଥିଲେ । ପରେ ପରେ ପ୍ରଣୀତ ମୋରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ହଟିଥିଲେ । ଶେଷରେ ଫରହାନା ଓ ଗୌରବଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ଉଭୟଙ୍କ ହାତ ଧରି ସଲମାନ ଷ୍ଟେଜ ଉପରକୁ ଆସିଥିଲେ ଏବଂ ଗୌରବ ବିଗ୍ ବସ୍ ୧୯ ବିଜେତା ବୋଲି ଘୋଷଣା କରିଥିଲେ ।ଉଦ୍ଯାପନୀ ଦିବସରେ ପୱନ ସିଂହ, ସନ୍ନି ଲିଓନି, କରନ କୁନ୍ଦ୍ରା, କାର୍ତ୍ତିକ ଆର୍ୟନ, ନିଲମ ଗିରି ଓ ଅନନ୍ୟା ପାଣ୍ଡେ ମଧ୍ୟ ନଜର ଆସିଥିଲେ । ଷ୍ଟେଜରେ ସଲମାନ ଦିଗଂଗତ ଅଭିନେତା ଧର୍ମେନ୍ଦ୍ରଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ । ଗତ ଅଗଷ୍ଟ ୨୪ରେ ବିଗ୍ବସ୍-୧୯ର ଶୁଭାରମ୍ଭ ହୋଇଥିଲା । ସବୁ ସିଜିନ ଭଳି ଚଳିତ ସିଜିନ୍ରେ ମଧ୍ୟ ସଲମାନ ଖାନ ଏହାର ଉଦ୍ଘାଟନ କରିଥିଲେ ।