‘ଲାଫ୍ଟର ସେଫ୍ ୩’ଗ୍ରାଣ୍ଡ ଫିନାଲେ : ବିଜେତା ଟ୍ରଫି ହେତେଇଲା ଟିମ୍ କାଣ୍ଟା
ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ’ ‘ଲାଫ୍ଟର ସେଫ୍ ୩’ ର ଗ୍ରାଣ୍ଡ ଫିନାଲେ ଶେଷ ହୋଇଛି । ଏବେ ଏହି ଶୋ‘କୁ ବିଜେତା ଟିମ୍ ମିଳି ସାରିଛି । ଗତକାଲି କାଣ୍ଟା ଟ୍ରଫି ଏବଂ ଟିମ୍ ଛୁରୀ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କିନ୍ତୁ ଏଥିରେ ଟିମ୍ କାଣ୍ଟା ବିଜେତା ଟ୍ରଫି ହାତକୁ ନେଇଥିଲା ।
ଟିମ୍ ଛୁରୀ ଟିମରେ କରଣ କୁନ୍ଦ୍ରା, ତେଜସ୍ବୀ ପ୍ରକାଶ, ଏଲଭିଶ ଯାଦବ, ଈଶା ମାଲବୀୟ, ବିବିୟନ୍ ଡ଼ିସେନା, ଈଶା ସିଂ, ଗୁରମୀତ ଚୌଧୁରୀ ଏବଂ ଦେବିନା ବାନାର୍ଜୀଙ୍କ ଭଳି କଳାକାର ସାମିଲ ଥିଲେ । ଫାଇନାଲ ଶୋ’ରେ ସେଫ୍ ହରପାଲ ସିଂ ସୋଖୀ ଟିମକୁ ମାଲପୁଆ ତିଆରି କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ । ଯାହା ଏକ ନୂଆ ମୋଡ଼ ନେଇଥିଲା । ଟିମ୍ କାଣ୍ଟା ନିଜର କ୍ରିଏସନରେ ସେଫଙ୍କ ହୃଦୟ ଜିତିଥିଲା । ଫଳରେ ଟିମ୍ କାଣ୍ଟା ଟିମ୍ ଛୁରୀକୁ ପରାସ୍ତ କରି ସିଜିନ୍ ୩ର ବିଜୟ ଟ୍ରଫି ହାସଲ କରିବାରେ ସଫଳ ହୋଇଥିଲା ।
ଏହାରି ମଧ୍ୟରେ ଭାରତୀ ସିଂଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ଯିଏ କି ଦ୍ବିତୀୟ ସନ୍ତାନର ମା’ ହେବା ପରେ ସେ ବ୍ରେକ୍ ନେଇଥିଲେ । କିନ୍ତୁ ସେ ଏବେ ଏହି ଶୋ’ର ଫାଇନାଲ ରାଉଣ୍ଡରେ ନଜର ଆସିଛନ୍ତି । ବିଜେତା ଦଳକୁ ଅନେକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଯାହାର ଚୂଡ଼ାନ୍ତ ରାଶି ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ଶୋ’ ଜିତିବା ପରେ ଟିମ୍ କାଣ୍ଟାର ଅଲି ଗୋନି ସିଜିନ୍ ୩ ର ଫଟୋ ପୋଷ୍ଟ କରିଛନ୍ତି । ଏଥିସହ ସେ ସେୟାର କରିଥିବା ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, “ଆମକୁ ଏତେ ଭଲପାଇବା ଦେବା ପାଇଁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ । ଲାଫଟର୍ ସେଫ୍ ୩.୦ ରେ ଦେଖା ହେବ ।”
ପ୍ରଥମ ଦୁଇଟି ସିଜିନ୍ ବହୁତ ଲୋକପ୍ରିୟ ହୋଇଛି । ଶୋ’ର ବିଷୟବସ୍ତୁ ଦର୍ଶକଙ୍କ ଦ୍ୱାରା ଭଲ ଭାବରେ ଗ୍ରହଣ କରାଯାଇଛି । ଏଥିରେ ଟିଭି ସେଲିବ୍ରିଟିମାନେ ରୋଷେଇ କରୁଥିବା ଦେଖାଯାଇଛି ଯାହା ହସାପୂର୍ଣ୍ଣରେ ଭରି ରହିଛି ।