ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଛି

ସଙ୍ଗୀତକାର ଏ.ଆର.ରହମାନ ଓ ସାୟରାଙ୍କ ବିବାହ ବିଚ୍ଛେଦ ହୋଇସାରିଥିବା ବେଳେ ଏବେ ସାୟରାଙ୍କୁ ଭରଣପୋଷଣ କେତେ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇସ୍ଲାମ ବିବାହରେ ମେହେର ରାଶି ଧାର୍ଯ୍ୟ ହୁଏ। ଏହାକୁ ନେଇ ବିଧିବଦ୍ଧ କାଗଜପତ୍ର ହୁଏ ଓ ଏଥିରେ ଉଭୟପକ୍ଷ ଦସ୍ତଖତ କରନ୍ତି। ବିବାହ ଭାଙ୍ଗିଲେ କି ତଲାକ ହେଲେ ମହିଳାଙ୍କୁ ମେହେର ବାବଦ ଅର୍ଥ ମିଳିଯାଏ। ତେବେ ଗତ ଦିନରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ୧୦ ଜୁଲାଇ ୨୦୨୪ରେ କୋର୍ଟ ଦେଇଥିବା ରାୟରେ କୋର୍ଟ କହିଥିଲେ ଯେ ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇବାକୁ ହକଦାର। ୨୯ ବର୍ଷ ଏକାଠି  ଚଳିବା ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଛି। ରହମାନ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଜଣେ ଜଣାଶୁଣା ସଙ୍ଗୀତକାର। ରହମାନଙ୍କ ବୟସ ଏବେ ୫୭ ବର୍ଷ ଓ ତାଙ୍କର ବିବାହ ୧୯୯୫ ମସିହାରେ ହୋଇଥିଲା। ସାୟରାଙ୍କ ପକ୍ଷରୁ ଜାରି ଏକ ବୟାନରେ ଏହି ବିବାହ ବିଚ୍ଛେଦ ସାର୍ବଜନିକ ହୋଇଛି।