ସସ୍‌ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ

ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଟୁଇଟର ତରଫରୁ ଆସିଥିବା ମେଲ୍‌ର ସ୍କ୍ରିନଶଟ୍‌ ଶେୟାର କରିଛନ୍ତି ସ୍ବରା। ଯେଉଁଥିରେ ତାଙ୍କ ଦୁଇଟି ପୋଷ୍ଟ କପିରାଇଟ୍‌ ନିୟମର ଉଲ୍ଲଂଘନ କରୁଛି। ଏଥିଲାଗି ଉକ୍ତ ଦୁଇଟି ପୋଷ୍ଟକୁ ହଟାଇବା ପରେ ମଧ୍ୟ ଆକାଉଣ୍ଟ ସସ୍‌ପେଣ୍ଡ ରହିବ ବୋଲି କୁହାଯାଇଛି |