ଅଭିନେତା ସୋହମ ସିଂହ ହୃଦ୍ଘାତର ଶିକାର ହୋଇ ହସ୍ପିଟାଲ୍ରେ ଭର୍ତ୍ତି
ଅଭିନେତା ସୋହମ ସିଂହ ହୃଦ୍ଘାତର ଶିକାର ହେବା ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି । ଘରୋଇ ହସ୍ପିଟାଲ୍ରେ ଆଇସିୟୁରେ ସୋହମଙ୍କ ଚିକିତ୍ସା ଚାଲିଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ଏବେ ସୋହମଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ଓଡ଼ିଆ ଫିଲ୍ମ ‘ଅଜାତଶତ୍ରୁ’, ‘ଆଇ ଲଭ୍ ୟୁ ପ୍ରିୟା’ ଏବଂ ‘ରାଉଡି ରାଜା’ରେ ସୋହମଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା । ସୋହମଙ୍କ ଅପକମିଂ ଚଳଚ୍ଚିତ୍ର ହେଉଛି ‘ଆଲ୍ଲୀ ବଜରଙ୍ଗବାଲି’ । ଏବେ ସୋହମ ଶୀଘ୍ର ସୁସ୍ଥ ହେବା ନେଇ ସମସ୍ତେ କାମନା କରୁଛନ୍ତି ।