ପତ୍ନୀଙ୍କ ଫଟୋ ପାଇଁ ଟ୍ରୋଲିଂ ହେଲେ ରାଜକୁମାର ରାଓ
ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ ଅଭିନେତା ରାଜକୁମାର ରାଓ ଗତ ବର୍ଷ ଗାର୍ଲଫ୍ରେଣ୍ଡ ପତ୍ରଲେଖାଙ୍କୁ ବିବାହ କରିଥିଲେ। ପାଖାପାଖି ୧୧ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ରାଜକୁମାର ଓ ପତ୍ରଲେଖା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ଏବଂ ପ୍ରତିଦିନ କିଛି ନା କିଛି ଫଟୋ ସେୟାର କରିବାରେ ଲାଗୁଛନ୍ତି। ରାଜକୁମାର ବୁଧବାର ପତ୍ରଲେଖାଙ୍କର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ପୋଜ୍ ଦେଖି ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ପୋଷ୍ଟରେ ଲୋକମାନେ ଅଶ୍ଳୀଳ କମେଣ୍ଟ କରିବା ମଧ୍ୟ ଆରମ୍ଭ କରି ଦେଇଥିଲେ, ଯାହା ପରେ ରାଜକୁମାର ସେହି ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି।
ସୂଚନା ଅନୁଯାୟୀ,ରାଜକୁମାର ରାଓ ଏକ ମିରର୍ ସେଲ୍ଫି ସେୟାର କରିଥିଲେ। ଏହି ଫଟୋ ସେୟାର କରି ସେ ଲେଖିଥିଲେ, ‘ଦର୍ପଣ ଏବଂ ଦର୍ପଣରେ ଫଟୋ’। ଫଟୋରେ ପତ୍ରଲେଖା ଧଳା ରଙ୍ଗର ପୋଷାକ ପିନ୍ଧି ପୋଜ୍ ଦେଉଥିବାର ନଜର ଆସିଥିଲେ। ସେପଟେ ରାଜକୁମାର ଦର୍ପଣରେ ଏକ ସେଲଫି ନେଉଥିଲେ। ପତ୍ରଲେଖାଙ୍କ ଏହି ପୋଜ୍ ଦେଖିବାରେ ବହୁତ ଅଶାଳୀନ ଲାଗୁଥିଲା, ଯେଉଁ କାରଣରୁ ୟୁଜରମାନେ ଫଟୋକୁ ପରିହାସ କରିବାକୁ ଲାଗିଥିଲେ। ରାଜକୁମାର ରାଓ ଓ ପତ୍ରଲେଖା ୨୦୨୧ ନଭେମ୍ବର ୧୫ରେ ଚଣ୍ଡୀଗଡ଼ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ବିବାହରେ କେବଳ ପରିବାର ଲୋକ ଏବଂ କିଛି ଖାସ୍ ସାଙ୍ଗସାଥୀ ଯୋଗ ଦେଇଥିଲେ। ପତ୍ରଲେଖା ଓ ରାଜକୁମାରଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।