୨୦୧୩ରେ ପ୍ରିୟଙ୍କାଙ୍କ ପିତା ଅଶୋକ ଚୋପ୍ରାଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ପିସି ବେଶ ଭାବପ୍ରବଣ ହୋଇପଡିଥିଲେ। ନିକଟରେ ଏକ ସାକ୍ଷାତକାରରେ ଦିଲ ଧଡକନେ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ସେ ପିତାଙ୍କୁ ହରାଇବା ପରେ ସମ୍ପର୍କକୁ ସମ୍ମାନ କରିବା ଏବଂ ସମୟକୁ ଗୁରୁତ୍ୱ ଦେବା ଶିଖିଛନ୍ତି। ପ୍ରିୟଙ୍କା ଚୋପ୍ରା ମନେ ରଖିଛନ୍ତି ଯେ ସେ ନିଜ ମା’ଙ୍କ ଜନ୍ମଦିନ ଭୁଲିଯାଉଥିଲେ ଏବଂ ପିତାଙ୍କ ମୃତ୍ୟୁ ପରେ ସେ ଦିପାବଳୀ ପାଳନ କରି ନ ଥିଲେ।ଅଭିନେତ୍ରୀ ମନେ ରଖିଛନ୍ତି ଯେ ସେ ନିଜ ମା’ଙ୍କ ଜନ୍ମଦିନ ଭୁଲିଯାଉଥିଲେ ଏବଂ ପିତାଙ୍କ ମୃତ୍ୟୁ ପରେ ଦିପାବଳୀ ପାଳନ କରିନଥିଲେ। ପିସି ଜୀବନରେ ବହୁତ ଶୀଘ୍ର କାମ କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ତାରକା ପାଲଟିଥିବା ଏହି ଅଭିନେତ୍ରୀ ତାଙ୍କ ମାତାପିତା ବିଶେଷ କରି ତାଙ୍କ ପିତାଙ୍କ ସହ ଅତି ନିକଟତର ହୋଇଥିଲେ। ନିକଟରେ ହୋଇଥିବା ଏକ ବାର୍ତ୍ତାଳାପରେ, ଦୋସ୍ତାନା ଅଭିନେତ୍ରୀ ମନେ ପକାଇଲେ ଯେ ତାଙ୍କ ପିତାଙ୍କୁ ହରାଇବା ପରେ ତାଙ୍କ ଜୀବନ କିପରି ବଦଳିଗଲା।ସେ ପ୍ରକାଶ କରିଛନ୍ତି, ମୋର ମନେ ନାହିଁ ମୋର ମା’ର କେତେ ଜନ୍ମଦିନ ମୁଁ ଭୁଲି ଯାଇଛି କିମ୍ବା ବୋଧହୁଏ ମିସ କରିଛି। ମୁଁ ୨୦ବର୍ଷ ବୟସରେ ତାଙ୍କୁ କେତେଥର ଡାକିବାକୁ ଭୁଲିଗଲି। ତେବେ ବାହାରେ ଥିବା ବେଳେ ସେ ତାଙ୍କ ପିତାଙ୍କ ମୃତ୍ୟୁରେ ଏତେ ଭାଙ୍ଗି ପଡିଥିଲେ ଯେ ସେ ଦୀପାବଳି ପର୍ବ ପାଳନ କରିବାକୁ ଘରକୁ ଯାଇ ନଥିଲେ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା