ଭୁବନେଶ୍ବର: ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ୨୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି । ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ୧୮ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଥିବା ଜଣାପଡିଛି। ହିମାଚଳ ପ୍ରଦେଶ କ୍ରାଇମବ୍ରାଂଚର ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭୁବନେଶ୍ୱରର ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଏହି ସମ୍ପତ୍ତିକୁ ଜବତ କରାଯାଇଛି । ହିମାଚଳ ପ୍ରଦେଶର କମ୍ପାନୀ ମେସର୍ସ ଇଣ୍ଡିଆନ ଟେକ୍ନୋମାକ୍ କମ୍ପାନୀ ଲିଃ(ଆଇଟିସିଓଏଲ) ବ୍ୟାଙ୍କ ଋଣ ଅର୍ଥରେ ଜାଲିଆତି କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବ୍ୟାଙ୍କ ଅଫ ଇଣ୍ଡିଆରୁ ୨୦୦୯ରୁ ୨୦୧୩ ମସିହା ମଧ୍ୟରେ ଜାଲିଆତି କରି ଆଇଟିସିଓଏଲ୍ କମ୍ପାନୀ ଆଣିଥିବା ଋଣ ଅର୍ଥକୁ ବେଆଇନ ଭାବେ ନିଜର ଅନ୍ୟ କମ୍ପାନୀ ଓ ଓଡ଼ିଶାର ଅନମୋଲ୍ ଖଣି କମ୍ପାନୀ ସହ ଯୌଥ ଉଦ୍ୟୋଗ ମାଧ୍ୟମରେ ବିନିଯୋଗ କରିଥିବା ଜଣାପଡ଼ିଛି । ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲମିଟେଡର ବଡ଼ବିଲସ୍ଥିତ ୭ଟି ଜମି ଓ ଫ୍ଲାଟ୍ , ଖୋର୍ଦ୍ଧାରେ ୬ଟି ଜମି, କଟକରେ ଗୋଟିଏ ଆବାସିକ ଫ୍ଲାଟ୍ ଓ ଭୁବନେଶ୍ୱରରେ ୪ଟି ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରିଛି । ହିମାଚଳପ୍ରଦେଶ କମ୍ପାନୀ ଇଣ୍ଡିଆନ ଟେକ୍ନୋମେକ୍ କମ୍ପାନୀ ଲିଃ ଦ୍ୱାରା ବ୍ୟାଙ୍କ ଋଣ ଜାଲିଆତିରେ ସମ୍ପୃକ୍ତିକୁ ନେଇ ପ୍ରିଭେନସନ୍ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ)-୨୦୦୨ର ପ୍ରାବଧାନ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗ୍ରହଣ କରିଛି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post