‘କାଳୀ’ର ପୋଷ୍ଟ୍‌ରକୁ ନେଇ ସିନେ ନିର୍ମାତାଙ୍କ ବିରୋଧରେ ମାମଲା

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ : ମା କାଳିଙ୍କ ପୋଷ୍ଟରକୁ ନେଇ ବିବାଦ । ବିବାଦ ବଢ଼ିବା ସହ ସିନେ ନିର୍ମାତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଦିଆଯାଇଛି ଏତଲା । ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ସାରା ଦେଶରେ ଏବେ ଚାଲିଛି ଜୋରଦାର ଚର୍ଚା । ହିନ୍ଦୁ ଦେବାଦେବୀଙ୍କୁ କାହିଁକି ଉପହାସ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ବିବାଦ ଉପୁଜିିବା ପରେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କ ବିରୋଧରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ମାମଲା ରୁଜୁ ହୋଇଛି। ନିର୍ମାତା ହିନ୍ଦୁ ଦେବୀ କାଳୀଙ୍କ ହାତରେ ସିଗାରେଟ୍‌ ଥିବାର ଏକ ପୋଷ୍ଟ୍‌ର ରିଲିଜ୍‌ କରିବା ପରେ ଏହା ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ସୋସିଆଳ ମିଡିଆରେ ମଧ୍ୟ ଟ୍ରେଂଣ୍ଡି ହେଉଛନ୍ତି ସିନେ ନିର୍ମାତା ।

https://twitter.com/LeenaManimekali/status/1543200394477805568

ମା କାଳୀଙ୍କ ଏହି ପୋଷ୍ଟର ଭାଇରାଲ ହେବାରେ ଲାଗିଛି । ମା କାଳୀ ସିଗାରେଟ୍‌ ପିଉଥିବାର ଦୃଶ୍ୟକୁ ଡକୁମେଂଟରେ କାହିଁକି ସ୍ଥାନ ଦିଆଯାଇଛି ବୋଲି ଅନେକ ୟୁଜର ସୋସିଆଲ ମିଡିଆରେ ବିରୋଧ କରି ପ୍ରଶ୍ନ କରିଛନ୍ତି ।

ଏହି ପୋଷ୍ଟରକୁ ନେଇ ଏବେ ମାମଲା ଦାୟର କରାଯାଇଥିବାରୁ ସିନେ ନିର୍ମାତା ଏହାକୁ କଳାରେ ଫ୍ରିଡମ ଅଫ ଏକ୍ସପ୍ରସନ ବୋଲି କହିଛନ୍ତି । ତେବେ ଧାର୍ମିକ ଭାବନାକୁ ଆଘାତ କରିବା ଭଳି କାର୍ଯ୍ୟ କରି ଏହାକୁ କଳାତ୍ମକ କହିବା କେତେଦୂର ଠିକ ବୋଲି ୟୁଜର ପ୍ରଶ୍ନ କରିଛନ୍ତି ।

ପୋଷ୍ଟରରେ ମା କାଳୀ ସିଗାରେଟ ଟାଣୁଥିବା ବେଳେ ଆଉ ଗୋଟିଏ ହାତରେ ତ୍ରିଶୁଳ ଏବଂ ଅନ୍ୟ ହାତରେ ଏଲ୍‌ଜିବିଟି ସମୁଦାୟର ପତାକା ଧରିଥିବାର ଦେଖିବାକୁ ମିଳିଛି। ମାଆ କାଳୀଙ୍କ ହାତରେ ଏହି ଦୁଇଟି ଜିନିଷକୁ ଦେଖି ବିବାଦ ଉପୁଜିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏବେ ତାଙ୍କ ନାମରେ ଏଫଆଇ ଆରହୋଇଥିବାରୁ କେବେ ଗିରଫ ହେଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା ।