ଆୟୁଷଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇଠାରେ ଏହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ ଅନ୍ୟ ଏକ ଗାଡ଼ି ଆୟୁଷଙ୍କ ଗାଡ଼ିକୁ ଟକ୍କର ମାରିଥିଲା । ଏହି ଖବର ଶୁଣିବା ପରେ ଆୟୁଷଙ୍କ ପରିବାରବର୍ଗ ଓ ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଥିଲେ । ମାତ୍ର ଗାଡ଼ିରେ ଆୟୁଷ ନଥିଲେ ବୋଲି ଜାଣିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଥିଲେ ।ସୂଚନା ମୁତାବକ, ବଲିଉଡ ଅଭିନେତା ଆୟୁଷ ଶର୍ମାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ ଅନ୍ୟ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ତେବେ ଏହି ଘଟଣାକୁ ନେଇ ଆୟୁଷ କି ସଲମାନଙ୍କ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ । ସୂଚନାଯୋଗ୍ୟ ଯେ, ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କୁ ଆୟୁଷ ବିବାହ କରିଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ।ଆୟୁଷ ଗତ କିଛିବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ରହିଛନ୍ତି । ୨୦୧୮ରେ ପରଦାକୁ ଆସିଥିବା ‘ଲଭରାତ୍ରି’ ଜରିଆରେ ଆୟୁଷ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ । ତାଙ୍କର ଫିଲ୍ମର ପ୍ରମୋସନ ପାଇଁ ସଲମାନ ଆଗକୁ ଆସିଥିଲେ, ମାତ୍ର ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ କାହାଣୀରେ ସେତେଟା ଦମ୍ ନଥିଲା । ସଲମାନଙ୍କ ବ୍ୟାନର ଅଧିନରେ ଉକ୍ତ ଫିଲ୍ମ ପ୍ରଯୋଜନା କରାଯାଇଥିଲା । ଏହାପରେ ୩ ବର୍ଷ ପର୍ଯ୍ୟନ୍ତ ଆୟୁଷଙ୍କ କୌଣସି କାମ ମିଳିନଥିଲା । ତେଣୁ ସଲମାନ ତାଙ୍କୁ ‘ଅନ୍ତିମ: ଦି ଫାଇନାଲ ଲାଷ୍ଟ ଟ୍ରୁଥ‘ରେ ଖଳନାୟକ ରୋଲ ଦେଇଥିଲେ ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post