ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । ସେକ୍ସନ ଅଫିସର, ଆସିଷ୍ଟାଣ୍ଟ, ପ୍ରୋଫେସନାଲ ଆସିଷ୍ଟାଣ୍ଟ, ପ୍ରୋଇଭେଟ ସେକ୍ରେଟାରୀ, କନିଷ୍ଠ ବିଭାଗ କିରାଣୀ, ମଲ୍ଟି ଟାସ୍କିଂ ଷ୍ଟାଫ, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ସେମି ପ୍ରୋଫେସନାଲ ଆସିଷ୍ଟାଣ୍ଟ, ଜୁନିୟର ଲାଇବ୍ରେରୀ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆଟେଣ୍ଡାଣ୍ଟ ଆଦି ୧୧ ପ୍ରକାର ପଦରେ ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିପାରିବେ । ନର୍ଥ- ଇଷ୍ଟର୍ଣ୍ଣ ହିଲ ୟୁନିଭରସିଟି (ନେହୁ) ପକ୍ଷରୁ ଆସିଛି ଏଭଳ ଏକ ନିଯୁକ୍ତି ସୁଯୋଗ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ବିବରଣୀ ଜାଣିପାରିବେ । ପ୍ରାର୍ଥୀମାନେ ଡିସେମ୍ବର ମାସ ୨ ତାରିଖ ସୁଦ୍ଧା ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ । ସର୍ବାଧିକ ବୟସ ସୀମା ୩୫ ବର୍ଷ ରଖାଯାଇଥିବା ବେଳେ ନିୟମ ମୁତାବକ କୋହଳ କରାଯିବ ।ଜେନେରାଲ / ଇଡବ୍ଲ୍ୟୁଏସ / ଓବିସି ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଫିସ ରହିଥିବା ବେଳେ ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି । ସେହିପରି ପିଡବ୍ଲୁବିଡି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ପେମେଣ୍ଟ କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ ଜରିଆରେ ଗ୍ରହଣ କରାଯିବ । ସମସ୍ତ ପଦର ସଂଖ୍ୟା ଅଲଗା ଅଲଗା ରହିଛି । ଆବେଦନ କରିବା ପୂର୍ବରୁ ବିଜ୍ଞାପନକୁ ଭଲ ଭାବେ ପଢ଼ିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post